ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
ସୂଚନାଥାଉ କି, ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସ୍ଥିତିରୁ ରାଜ୍ୟରେ କୌଣସି ସ୍କୁଲ ଖୋଲି ପାରିନାହିଁ। ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏ ରାଜ୍ୟରେ କୌଣସି ସ୍କୁଲ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା ଏବଂ କିଛି ରାଜ୍ୟରେ କୋଭିଡ୍ର ଦ୍ୱିତୀୟ ପ୍ରବାହ ଆରମ୍ଭ ଦୃଷ୍ଟିରୁ ନୂଆବର୍ଷ ଯାଏ ସ୍କୁଲ ବନ୍ଦ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।