• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ସୂଚୀ। ଚଳିତ ବର୍ଷ ମେ’ ୩ରୁ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ।  ପ୍ରଥମ ଦିନ ଅର୍ଥାତ ମେ ୩ ତାରିଖରେ ରହିଛି ମାତୃଭାଷା ଓଡ଼ିଆ। ମେ ୫ରେ ଇଂଲିଶ ଏବଂ ୭ ତାରିଖରେ ହେବ ହିନ୍ଦୀ ପରୀକ୍ଷା। ସେହିପରି ମେ ୮ ତାରିଖରେ ସଂସ୍କୃତ ଏବଂ ୧୦ରେ ଗଣିତ ପରୀକ୍ଷା ହେବ।

୧୨ରେ ବିଜ୍ଞାନ ଓ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ ପାଇଛି। ଦୈନିକ ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟା ଯାଏଁ ଚାଲିବ। କିନ୍ତୁ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ଦିଆଯିବ। ଏଥର ମଧ୍ୟ OMRରେ ଅବ୍‌ଜେକ୍ଟିଭ ଏବଂ ବୁକ୍‌ଲେଟରେ ସବ୍‌ଜେକ୍ଟିଭ ଉତ୍ତର ଲେଖିବେ ଛାତ୍ରଛାତ୍ରୀ। ଏ ବର୍ଷ ମାଟ୍ରିକ ପରୀକ୍ଷା ଦେବେ
୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।

ସୂଚନାଥାଉ କି, କୋଭିଡ କଟକଣା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା।  ଦୀର୍ଘ ୯ ମାସ ପରେ ରାଜ୍ୟରେ ଜାନୁଆରୀ ୮ ତାରିଖ ସ୍କୁଲ୍ ଖୋଲିଥିଲା। ତେବେ ସବୁ ଶ୍ରେଣୀ ନ ଖୋଲି କେବଳ ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ କଟକଣା ଅନୁସାରେ ଖୋଲାଯାଇଥିଲା। ଏପ୍ରିଲ୍ ୨୮ ଯାଏ ୧୦୦ ଦିନ ପାଠପଢ଼ା ହେବ ବୋଲି ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷେ ୧୦ ମାସ ପରେ ଗତକାଲିଠାରୁ ଆରମ୍ଭ ହୋଇଛି ନବମ ଓ ଏକାଦଶ ଶ୍ରେଣୀ ପାଠପଢା।  ପ୍ରଥମ ଦିନରେ ପିଲାଙ୍କ ଓରିଏଣ୍ଟେସନ କ୍ଲାସ ହୋଇଥିଲା । ପିଲାମାନଙ୍କୁ ରୋଲ୍ ନମ୍ବର ଓ ଟାଇମ୍ ଟେବୁଲ୍ ଦିଆ ଯାଇଥିଲା ଆଜିଠୁ ବିଧିବଦ୍ଧ ଭାବେ ପାଠପଢ଼ା ଆରମ୍ଭ ହୋଇଛି ।

ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ ୩ଟି ପିରିୟଡରେ ପାଠପଢ଼ା ହେଉଛି । କରୋନା କଟକଣା ଦୃଷ୍ଟିରୁ କ୍ଲାସ୍ ରୁମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବେଞ୍ଚ ଡେସ୍କ ସବୁ ଛାଡ଼ି ଛାଡ଼ି ପକାଯିବା ସହ ବିଭିନ୍ନ ସ୍ଥାନରେ ସାନିଟାଇଜର ମଧ୍ୟ ରଖାଯାଇଛି। ଏପ୍ରିଲ ୩୦ ଯାଏଁ କ୍ଲାସରୁମ୍‌ରେ ଶିକ୍ଷାଦାନ ଦିଆଯିବ।

ଏହା ମଧ୍ୟରେ ଅଙ୍ଗନବାଡି ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ତେବେ ୧ମରୁ ୮ମ ଶ୍ରେଣୀ ଯାଏ ସ୍କୁଲ ଏ ଯାଏ ଖୋଲା ଯାଇ ନାହିଁ। ତେବେ  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଶୀଘ୍ର ଖୋଲିପାରେ। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସଙ୍କେତ ଦେଇଛନ୍ତି।

ମନ୍ତ୍ରୀ କହିଥିଲେ, ଅଙ୍ଗନବାଡ଼ି ଯେହେତୁ ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବ। ଏଥିପାଇଁ SOP ପ୍ରସ୍ତୁତ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେବେଠାରୁ ସ୍କୁଲ୍‌ ଖୋଲିବ, ସେ ସଂପର୍କରେ କିଛି ସ୍ପଷ୍ଟ କରିନାହାନ୍ତି ମନ୍ତ୍ରୀ ସମୀର ଦାଶ।

https://youtu.be/IHMrrHAjYUE

Odisha-matric-exam-2021-datesheet-announced
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories