ଖୁସି ଖବର: ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଓଡ଼ିଶାର ମାଣବସା, ଛଉ ଏବଂ ରାବଣଛାୟା

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଇନ୍‌ଟାଞ୍ଜିବଲ୍ କଲ୍‌ଚରାଲ୍ ହେରିଟେଜ୍ ତାଲିକାରେ ସାମିଲ ହେଲା ଓଡ଼ିଶାର ୩ଟି ସାଂସ୍କୃତିକ ପରଂପରା ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟାକୁ ଇନ୍‌ଟାଞ୍ଜିବଲ୍ କଲ୍‌ଚରାଲ୍ ହେରିଟେଜ୍ ତାଲିକାରେ ସାମିଲ କରିଛନ୍ତି ଭାରତ ସରକାର।

ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟ୍ଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ତାଲିକା ପ୍ରସ୍ତୁତି ବାବଦରେ କୁହାଯାଇଛି, ଏହା ଭାରତରେ କିଭଳି ବିବଧ ସଂସ୍କୃତି ଏହାର ନିରୁତା ବା ଖାଣ୍ଟି ଐତିହ୍ୟ ସବୁରେ ଛନ୍ଦା ହୋଇ ରହିଛି ତାହା ଦର୍ଶାଉଛି। ଏହା ଫଳରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ ଐତିହ୍ୟ ବାବଦରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର କରାଯାଇପାରିବ।

ଏହି ତାଲିକାରେ ମାଣବସା ଗୁରୁବାର ପ୍ରଥା, ଛଉ ନୃତ୍ୟ ଏବଂ ରାବଣଛାୟା ବାବଦରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ଏତଦ୍‌ବ୍ୟତୀତ ଛଉ ଏବଂ ରାବଣଛାୟାର ଭିଡିଓର ଲିଙ୍କ ମଧ୍ୟ ରହିଛି। ଏହି ଭିଡିଓ ସବୁ ମନ୍ତ୍ରଣାଳୟ ହିଁ ପ୍ରସ୍ତୁତ କରିଛି।
ମାଣବସା ବାବଦରେ କୁହାଯାଇଛି, ମାର୍ଗଶୀର ମାସର ପ୍ରତ୍ୟେକ ଗୁରୁବାର ଦିନ ଦେବୀ ଲକ୍ଷ୍ମୀଙ୍କ ଆରାଧନା ପାଇଁ ମାଣବସା ଗୁରୁବାର ପାଳନ କରାଯାଇଥାଏ। ଏହି ଅବସରରେ ଷୋଡ଼ଶ ଶତାବ୍ଦୀରେ କବି ବଳରାମ ଦାସଙ୍କ ଦ୍ୱାରା ଲିଖିତ ଲକ୍ଷ୍ମୀପୁରାଣ ପାଠ କରାଯାଇଥାଏ। ଏଥିରେ ବର୍ଣ୍ଣନା କରାଯାଇଛି, ମହିଳାଙ୍କ ସ୍ଥାନ ପରିବାରର ଶାନ୍ତି, ପ୍ରଗତି ଏବଂ ସୁଖର କେନ୍ଦ୍ରରେ ରହିଛି। ଏଥିରେ ମହିଳାଙ୍କ ଭୂମିକାକୁ ଗୌରବାନ୍ୱିତ କରୁଥିବା କାହାଣୀ ବର୍ଣ୍ଣନା କରାଯିବା ସହ ଅସ୍ପୃଶ୍ୟତା ଭଳି ଘୃଣ୍ୟ ପ୍ରଥାକୁ ନିନ୍ଦା କରାଯାଇଛି। ଏହି ଅବସରରେ ଚିତା ଆଙ୍କିବା ଏବଂ ଲକ୍ଷ୍ମୀଙ୍କ ପ୍ରତିରୂପ ପୂଜା କରିବା ଆଦି ବାବଦରେ ମଧ୍ୟ ବର୍ଣ୍ଣନା କରାଯାଇଛି।

ଏଥିରେ ଛଉକୁ ପୂର୍ବ ଭାରତର ପ୍ରମୁଖ ନୃତ୍ୟ ଭାବ ଅଭିହିତ କରାଯାଇଛି। ଏହାର ୩ଟି ଶୈଳୀ ଯଥା ଷଢ଼େଇକଳା, ମୟୁରଭଞ୍ଜ ଏବଂ ପୁରୁଲିଆ। ଏହି ୩ ଅଞ୍ଚଳରେ ଅଧିକମାତ୍ରାରେ ଓଡ଼ିଆ ଭାଷାଭାଷୀ ବସବାସ କରୁଥିଲେ ହେଁ ଏସବୁ ବର୍ତ୍ତମାନ ୩ ଟି ରାଜ୍ୟରେ ଅଛି। ବସନ୍ତ ଋତୁରେ ଚୈତ୍ର ପର୍ବ ବେଳେ ଏହା ମୁଖ୍ୟ ଆକର୍ଷଣ ପାଲଟିଥାଏ। ଏହା ନୃତ୍ୟ ଏବଂ ଯୁଦ୍ଧ କୌଶଳର ଏକ ସମ୍ମିଶ୍ରଣ ଯେଉଁଥିରେ ରାମାୟଣ, ମହାଭାରତ ଏବଂ ଅନ୍ୟ କିଛି ଗାଥା ନୃତ୍ୟ ଆକାରରେ ପ୍ରଦର୍ଶିତ କରାଯାଇଥାଏ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

You might also like