• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବାଲେଶ୍ୱର: ବନ୍ଧୁକ ମୁନରେ ଯୁବକଙ୍କୁ ପଣବନ୍ଦୀ କଲେ ଦୁର୍ବୃତ୍ତ। ସେତିକି ନୁହେଁ,  ୮ ଲକ୍ଷ ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି  ଏକ ଧମକପୂର୍ଣ୍ଣ ଭିଡିଓ ପରିବାର ଲୋକଙ୍କୁ ପଠାଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ।  ଭିଡିଓ ପାଇବା ପରେ ଏବେ ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ।

ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କିଛି ଦୁର୍ବୃତ୍ତ ପଣବନ୍ଦୀ କରି ରଖି ୮ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଏନେଇ ଏକ ଭିଡିଓ ତାପସଙ୍କ ସ୍ତ୍ରୀ ସୁକାନ୍ତିଙ୍କ ମୋବାଇଲକୁ ଗତକାଲି ପଠାଇଛନ୍ତି। ଟଙ୍କା ନ ଦେଲେ ସ୍ୱାମୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି । ତାପସଙ୍କ ହାତଗୋଡ଼ ବନ୍ଧା ଯାଇଥିବାବେଳେ ପାଖରେ ବନ୍ଧୁକ ଓ ଟାଙ୍ଗିଆ ରଖି ଧମକ ଦିଆଯାଉଛି। ଏନେଇ ସୁକାନ୍ତି ସୋର ଥାନାରେ ଅଭିଯୋଗ କରିଛନ୍ତି।

ଏମିତି ଏକ ଭିଡିଓ ପାଇବା ପରେ ଭୟଭୀତ ହୋଇ ପଡ଼ିଛନ୍ତି ସୁକାନ୍ତି।  ଭୟରେ ଧମକ ଦେଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିଥିବା ଜଣାପଡ଼ିଛି।

ଦୀର୍ଘ ୮ ବର୍ଷ ହେବ ତାପସ ବେଙ୍ଗାଲୁରୁର ଏକ କ୍ୟାଣ୍ଟିନରେ କାମ କରୁଥିଲେ। ସେ ୧୦ ଦିନ ତଳେ ଘରକୁ ଆସିଥିଲେ । ତେବେ ପୁଣି ଲକଡାଉନ ଆଶଙ୍କା କରି ଆଉ ବାଙ୍ଗାଲୋର ଫେରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।  ଗତ ୨୮ ତାରିଖ ଘଟଣା।  ଗୋଟିଏ ଅଜଣା ନମ୍ବରରୁ ତାଙ୍କ ଫୋନ୍‌କୁ ଏକ  କଲ୍ ଆସିଥିଲା ।

ଫୋନ କରିଥିବା ବ୍ୟକ୍ତିଜଣକ ତାଙ୍କୁ ଚାକିରି କରାଇ ଦେବେ ବୋଲି କହି କୋଲକାତା ଡାକିଥିଲେ ବୋଲି ତାପସ କହୁଥିଲେ। ସେମାନେ କହିଥିଲେ,  ଭଲ କାମ ଅଛି, କଲିକତା ଆସ ବୋଲି କୁହାଯାଇଥିଲା। ଏହାପରେ ତାପସ କଲିକତା ଯାଇଥିଲେ। ସେଠାରେ ତାଙ୍କୁ ଦୁର୍ବୃତ୍ତମାନେ ପଣବନ୍ଦୀ କରି ନେଇଛନ୍ତି।

https://youtu.be/6naze3dy3BM

Odisha-man-held-captive-in-kolkata-for-ransom
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories