କାଲିଠୁ କାଳବୈଶାଖୀ ସମ୍ଭାବନା, କମିପାରେ ତାତି: IMD ଡିଜି

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ହିଟ୍ ୱେଭ୍‌ କଣ୍ଡିସନ୍‌ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷେ, ଏକ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ଠାରୁ ରାଜ୍ୟରେ ହ୍ରାସ ପାଇପାରେ ଗ୍ରୀଷ୍ମ ପ୍ରବାହ। OTVକୁ IMD ଡିଜି ମୃତ୍ୟୁଞ୍ଜୟ  ମହାପାତ୍ର ସୂଚନା ଦେଇ କହିଛନ୍ତି, ଆସନ୍ତାକାଲି ଠାରୁ ତାତି ହ୍ରାସ ପାଇବାର ସମ୍ଭାବନା ରହିଛି। କାଲିଠାରୁ କାଳବୈଶାଖୀ ବର୍ଷା ହେବାର ଥିବାରୁ ତାତି କମିପାରେ। ଗତ ୨ ଦିନ ଧରି ଓଡ଼ିଶା, ଆନ୍ଧ୍ରପ୍ରଦେଶରେ ପ୍ରବଳ ତାତି ହେଉଛି। ସମୁଦ୍ରରୁ ଯଥେଷ୍ଟ ପରିମାଣର ବାୟୁ ଆସୁ ନଥିବାରୁ ତାତି ବଢ଼ୁଛି।

IMD ଡିଜି ଆହୁରି କହିଛନ୍ତି, ଚଳିତ ବର୍ଷ ଏପ୍ରିଲ, ମେ’, ଜୁନରେ ସ୍ୱାଭାବିକ ଠାରୁ ଅଧିକ ତାତି ରହିପାରେ। ଏହାସହ ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା ଅଧିକ ରହିପାରେ। ତେଣୁ
ଗ୍ରୀଷ୍ମ ପ୍ରବାହ ପାଇଁ ଲୋକେ ସତର୍କ ରୁହନ୍ତୁ।

ଅନ୍ୟପକ୍ଷେ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆଜି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖରାକୁ ନବାହାରିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

You might also like