ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିବାକୁ ଓକିଲଙ୍କ ନିଷ୍ପତ୍ତି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି କରୁଥିବା ଓକିଲ ସଂଘ ‘ନୋ କୋର୍ଟ ନୋ ହିୟରିଂ’ ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବଲପୁରରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ଅଦାଲତ କାର୍ଯ୍ୟରେ ସହଯୋଗ କରିବା ଏବଂ ଓକିଲମାନେ ଶୁଣାଣିରେ ଭାଗନେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହାକ ଅଶୋକ ଦାସ କହିଛନ୍ତି ।

ସେପଟେ ରାଜ୍ୟ ସରକାର ଗଠନ କରିଥିବା ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି ମାର୍ଚ୍ଚ ୩୧ ସୁଦ୍ଧା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବାକୁ ଦାବି କରିଛି। CAC ଆନ୍ଦୋଳନକୁ କୋହଳ କରାଯାଇଥିଲେ ବି ସ୍ଥାୟୀ ବେଞ୍ଚ ଦାବିରେ ଆନ୍ଦୋଳନ ବନ୍ଦ ହେବନି ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

You might also like