ଘର ଭଡ଼ା ଛାଡ଼ିଲେ ଘର ମାଲିକ

ବ୍ରହ୍ମପୁର: କରୋନା ଭଳି ମହାମାରୀ ସମୟରେ କାମଧନ୍ଦା ନ ପାଇ କିଛି ଲୋକ ଜୀବିକା ହରାଇ ଘରେ ବସିଛନ୍ତି। ଏଭଳି ଦୁଃସମୟରେ ଭଡ଼ାରେ ଥିବା ପରିବାରଙ୍କ ପାଇଁ ଉଦାହାରଣ ସାଜିଲେ ବ୍ରହ୍ମପୁର ସହରର ମୁରଲି ମୋହନ ଆଚାର୍ଯ୍ୟ।

ମୁରଲିଙ୍କ ଘରେ ୧୨ ପରିବାର ଭଡ଼ାରେ ରୁହନ୍ତି। କିନ୍ତୁ ୩ ପରିବାର ଗାଁକୁ ପଳାଇଥିବାରୁ ଅବଶିଷ୍ଟ ସମସ୍ତ ପରିବାରକୁ ଗୋଟିଏ ମାସର ଭଡ଼ା ଛାଡ଼ କରିବା ସହ ପ୍ରତ୍ୟେକ ପରିବାରକୁ ୨୫ କିଲୋ ଚାଉଳ ମଧ୍ୟ ଦେଇଛନ୍ତି ମୁରଲି।

ଏଭଳି ମହାନ୍‌ କାର୍ଯ୍ୟ ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳ ମୁରଲିଙ୍କୁ ସମ୍ମାନିତ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟାଳୟରୁ ମଧ୍ୟ ଟ୍ୱିଟ୍‌ ଯୋଗେ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

 

You might also like