କୋରାପୁଟ: ନୂଆ ଟ୍ରାଫିକ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନତା ବାଣ୍ଟୁଛି ପୁଲିସ। ଅଦିବାସୀ ଅଧ୍ୟୁଷିତ ନାରାୟଣପାଟଣା ଅଞ୍ଚଳରେ ଲୋକଙ୍କ ସଚେତନ କରାଉଛି ପୁଲିସ। ସାପ୍ତାହିକ ହାଟରେ ଲୋକଙ୍କୁ ଚକ୍ଲେଟ୍ ଦେଇ ଲିଫଲେଟ୍ ବାଣ୍ଟି ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ଅବଗତ କରାଉଛନ୍ତି।
ଗତ ୧ ତାରିଖରୁ ସଚେତନାତା କାର୍ଯ୍ୟକ୍ରମ ଚାଲିଆସୁଥି ବେଳେ ଲୋକେ ବି ଧୀରେ ଧୀରେ ସଚେତନ ହେବା ଆରମ୍ଭ କଲେଣି। ବହୁ ସ୍ଥାନରେ ଲୋକେ ହେଲମେଟ୍ ପିନ୍ଧି ଯିବା ଆସିବା କରୁଛନ୍ତି। ତେବେ ଅନେକ ସ୍ଥାନରେ ଲୋକେ ଗାଡ଼ିର ଆବଶ୍ୟକ କାଜଗ ପତ୍ର ଦେଖାଇ ପାରୁନଥିବାରୁ ସେମାନଙ୍କୁ କାଗଜପତ୍ର ପ୍ରସ୍ତୁତ କରିବା ଲାଗି ସମୟ ମଧ୍ୟ ଦିଆଯାଇଛି।