ଲକ୍‌ଡାଉନ୍ ଯୋଗୁଁ ଘୁଞ୍ଚିଲା ଓଜେଇଇ

ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ  ଘୁଞ୍ଚିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE)। ଆସନ୍ତା ମେ ପ୍ରଥମ ସପ୍ତାହରେ ଚଳିତ ବର୍ଷର ଓଜେଇଇ ହେବାର ଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇବା ପରେ ଓଜେଇଇକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏ ନେଇ ସୂଚନା ଦେଇଛନ୍ତି  OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ।

ପରୀକ୍ଷା ନେଇ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।  ଓଜେଇଇର ନୂଆ ତାରିଖ ଏବଂ ଅନଲାଇନ୍ ଆବେଦନ ଦାଖଲ ଏବଂ ଆଡମିଟ୍ କାର୍ଡ ଡାଉନଲୋଡ୍ ଆଦି ବିଷୟରେ ପରେ ଜଣାଇ ଦିଆଯିବ।

ଓଡ଼ିଶାର ସରକାରୀ ଏବଂ ବେସରକାରୀ କଲେଜ ଓ ଶିକ୍ଷାନୁଷ୍ଠାନରେ ଫାର୍ମାସିଷ୍ଟ, ଏମବିଏ, ଏମସିଏ, ଏମଟେକ୍, ଆର୍କିଟେକ୍ଟ ପଢିବା ଲାଗି ଓଜେଇଇ  ହୋଇଥାଏ।

You might also like