ବିଳାସପୂର୍ଣ୍ଣ ଜୀବନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ବନ୍ଧାହେଲେ ବାପ-ପୁଅ
ଭୁବନେଶ୍ୱର: ଅୟସ ଆରାମ ଲାଇଫ୍ ଷ୍ଟାଇଲରେ ପୁର୍ଣ୍ଣଚ୍ଛେଦ ପଡ଼ିଛି। IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ପରେ ବାପପୁଅଙ୍କୁ କୋର୍ଟ ଚାଲାଣ ଭିଜିଲାନ୍ସ କରିଛି। ବାପା ଅଭୟକାନ୍ତଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ବାପା ପଇସାର ଅପବ୍ୟବହାର ଅଭିଯୋଗରେ ପୁଅ ଆକାଶଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ ଇଡି କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏତେ ପଇସା ଆସୁଥିଲା କେଉଁଠୁ, ଖର୍ଚ୍ଚ କିପରି ଏହାର ତଦନ୍ତ କରିବ ଇଡି।
କ୍ୟାପିଟାଲ ହସ୍ପିଟାଲରେ IFS ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରିଛି ଭିଜିଲାନ୍ସ କ୍ୟାପିଟାଲ ହସ୍ପିଟାଲ ଯିବା ବେଳେ ଅଭୟ ପାଠକ ଏପରି ପ୍ରତିକ୍ରିୟା ରଖିଛନ୍ତି। ଏହାସହ କହିଛନ୍ତି କିଛି ଠକେଇ ହୋଇନି, ସବୁ ଯଥାର୍ଥ ଅଛି ବିଭାଗରେ ଥାଇ ଅର୍ଥ ହଡ଼ପ କରିନାହାନ୍ତି ବୋଲି କହିଛନ୍ତି ପାଠକ।
ସେହିଭଳି ପୁଅ ଆକାଶ ଏନେଇ ଷଡ଼ଯନ୍ତ୍ର ଓ ଆକ୍ରୋଶ ରଖି ତାଙ୍କ ବିରୋଧରେ ଏପରି କରାଯାଇଥିବା କହିଛନ୍ତି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଅଭୟକାନ୍ତଙ୍କ ଘର, ଅଫିସ୍ ସମେତ ୩ ରାଜ୍ୟରୁ ଅଧିକ ସ୍ଥାନରେ ଚଢ଼ଉ କରିଛି।
ମାସକୁ ପୁଅର ଆୟ ଥିଲା କୋଟିଏ ଟଙ୍କା। ପୁଅ ନିଜ ଆୟ ଟଙ୍କାରେ ସବୁ କିଛି କରୁଥିଲା। କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି IFS ଅଭୟ ପାଠକ। ପୁଅ ଆକାଶ ପାଠକଙ୍କ ଅଏସ ଆରାମ, ବିଳାସପୂର୍ଣ୍ଣ ଜୀବନଶୈଳୀ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅଭୟକାନ୍ତ। ପୁଅ ମାସକୁ କୋଟିଏ ଟଙ୍କା ଦରମା ପାଉଥିଲା, ଯାହା କରିଛି ନିଜ ଟଙ୍କାରେ ବୋଲି କହିଥିଲେ।