• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଝାରପଡ଼ା ଜେଲ୍‌ରେ କଟିଛି ନିଲମ୍ବିତ IFS ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ପ୍ରଥମ ରାତି। କୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ଆସନ୍ତା ୯ ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଅନ୍ୟପକ୍ଷେ, ଘଟଣାର ଅଧିକ ତଦନ୍ତ ପାଇଁ ୨୦ ଜଣିଆ ଏସ୍‌ଆଇଟି ଟିମ୍ ଗଠନ କରାଯାଇଛି। ଭିଜିଲାନ୍ସ ବିଭାଗ ଅତିରିକ୍ତ ଏସ୍‌ପି, ଏସ୍‌ପି ଓ ଡିଆଇଜି ପୂରା ଘଟଣାର ତଦନ୍ତ କରୁଛନ୍ତି। ଏସ୍ଆଇଟି ଟିମ୍ ଆଜି ବିଭିନ୍ନ ଜାଗାକୁ ଯାଇ ଅଭୟ ପାଠକଙ୍କର ସମସ୍ତ ସମ୍ପତ୍ତି କେଉଁଠୁ ଆସିଲା, ତାକୁ କିଭଳି ବ୍ୟବହାର କରାଯାଉଥିଲା ଏବଂ ଆଉ କେଉଁ ଜାଗାରେ ତାଙ୍କର ବେନାମୀ କାରବାର ଚାଲିଛି ତାର ଖୋଳତାଡ଼ କରିବେ।

https://youtu.be/g7zNdYmi98g

ଏଥିସହ କମ୍ପ୍ୟୁଟର ଓ ମୋବାଇଲରୁ ଉଭୟ ବାପ ପୁଅଙ୍କ ଡାଟା ସଂଗ୍ରହ ପାଇଁ ସାଇବର ଏକ୍ସପର୍ଟ, ସେଲ୍‌ ଫୋନ୍ ଫୋରେନ୍ସିକ୍ ଟିମ୍‌ର ସହାୟତା ଲୋଡ଼ିଛି ୨୦ ଜଣିଆ ଏସ୍‌ଆଇଟି ଟିମ୍। ଏଟିଏମ୍ ମାଧ୍ୟମରେ କିଭଳି ଘରୋଇ ବ୍ୟାଙ୍କ ଗୁଡିକରେ ଏତେ ପରିମାଣର ଟଙ୍କା ଜମା ହେଉଥିଲା, transaction କିଭଳି ହେଉଥିଲା ତା’ର ସମସ୍ତ ତଥ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ମଗାଯିବ।

Odisha-ifs-officer-abhay-pathak-son-sent-to-judicial-custody-till-december-9
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories