‘କରୋନା ରୋଗୀଙ୍କ ଶବଦାହର ବିକଳ୍ପ ବ୍ୟବସ୍ଥା କର’

କଟକ: କଟକ ସହର ଉପକଣ୍ଠରେ କରୋନା ରୋଗୀଙ୍କ ଶବଦାହ ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ସତୀଚୌରା ଶ୍ମଶାନକୁ ବ୍ୟାପକ ଆଲୋକୀକରଣ ଓ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କାଳିଆବୁଦା ଶ୍ମଶାନକୁ ମଧ୍ୟ ଆଲୋକୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ଏଭଳି ପଦକ୍ଷେପ ନେବା ଲାଗି କୁହାଯାଇଛି। ଅନ୍ୟ କୌଣସି ଠାରେ ଶବଦାହ ନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଭୁବନେଶ୍ୱରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୨ ଶ୍ମଶାନ। ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ପଡୁଥିବାରୁ ଏଭଳି ବ୍ୟବସ୍ଥା ହୋଇଛି। ଏ ନେଇ ସୂଚନା ଦେଇଥିଲେ  ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

କମିଶନରଙ୍କ କହିବାନୁସାରେ, ପଟିଆ ଏବଂ ଖଣ୍ଡଗିରି ଅଞ୍ଚଳରେ ୨ଟି ନୂଆ ଶ୍ମଶାନ କରାଯାଉଛି। ପଟିଆରେ ଗ୍ୟାସ୍ ଜରିଆରେ ଶବ ସଂସ୍କାର ବ୍ୟବସ୍ଥା କରାଯାଉଛି। ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବଦାହ ବ୍ୟବସ୍ଥା କରାଯାଉଛି। ଶ୍ମଶାନ କାର୍ଯ୍ୟ ସାରିବାକୁ ଦେଢ଼ମାସ ଲାଗିବ, କାମ ଆରମ୍ଭ ହୋଇଛି ବୋଲି ସେ କହିଥିଲେ

You might also like