‘ଡେରିରେ ଅଫିସ୍ ଆସିଲେ ଅଫିସରଙ୍କୁ ସରକାରୀ ଗାଡ଼ି ମନା’
ଭୁବନେଶ୍ୱର: ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ତାଗିଦ୍। ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର ହେବ। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ତାଙ୍କ ବିଭାଗର ଅଧିକାରୀଙ୍କୁ ଆଜି ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଗାଡ଼ି ଯୋଗାଇ ଦିଆଯିବା ସତ୍ତ୍ୱେ ଅଧିକାରୀମାନେ ବିଳମ୍ବରେ ଆସୁଥିବାରୁ ତାଗିଦ୍ କରିଛନ୍ତି ସଚିବ। ଅଗଷ୍ଟ ପହିଲାରୁ ଯଦି ଅଧିକାରୀମାନେ ବିଳମ୍ବରେ ଆସନ୍ତି, ତେବେ ସେମାନଙ୍କ ନିକଟରୁ ଗାଡ଼ି ପ୍ରତ୍ୟହାର କରି ନିଆଯିବ ବୋଲି ଆଜି ବିଧିବଦ୍ଧ ନୋଟିସ୍ […]
ଭୁବନେଶ୍ୱର: ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ତାଗିଦ୍। ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର ହେବ। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ତାଙ୍କ ବିଭାଗର ଅଧିକାରୀଙ୍କୁ ଆଜି ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି।
ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଗାଡ଼ି ଯୋଗାଇ ଦିଆଯିବା ସତ୍ତ୍ୱେ ଅଧିକାରୀମାନେ ବିଳମ୍ବରେ ଆସୁଥିବାରୁ ତାଗିଦ୍ କରିଛନ୍ତି ସଚିବ। ଅଗଷ୍ଟ ପହିଲାରୁ ଯଦି ଅଧିକାରୀମାନେ ବିଳମ୍ବରେ ଆସନ୍ତି, ତେବେ ସେମାନଙ୍କ ନିକଟରୁ ଗାଡ଼ି ପ୍ରତ୍ୟହାର କରି ନିଆଯିବ ବୋଲି ଆଜି ବିଧିବଦ୍ଧ ନୋଟିସ୍ ଜାରି କରିଛନ୍ତି ଉଚ୍ଚଶିକ୍ଷା ସଚିବ।