ଏଣିକି ବାୟୋମେଟ୍ରିକ୍‌ରେ ରହିବ ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀଙ୍କ ଆଟେଣ୍ଡାନ୍ସ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ବାୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟର୍‌ ସିଷ୍ଟମ୍‌। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଫଳରେ କର୍ମଚାରୀମାନେ କାର୍ଯ୍ୟାଳୟରେ ଲାଗିଥିବା ବୟୋମେଟ୍ରିକ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ମେସିନ୍‌ରେ ନିଜର ଉପସ୍ଥାନ ପକାଇବେ। ଏହି ମେସିନରେ ଆଟେଣ୍ଡାନ୍ସ ରେଜିଷ୍ଟ୍ରି ନ ହେଲେ ଅନୁପସ୍ଥିତ ବୋଲି ବିବେଚନା କରାଯିବ। ଏଣୁ କର୍ମଚାରୀମାନେ ସକାଳ ୧୦ଟାରେ ଅଫିସରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି। ତେବେ ବିଭିନ୍ନ ସ୍ଥିତିକୁ ନଜରରେ ରଖି ଅଧ ଘଣ୍ଟା ରିହାତି ରଖାଯାଇଛି।

ରିହାତି ଅନୁସାରେ କର୍ମଚାରୀମାନେ ସକାଳ ୧୦.୩୦ ସୁଦ୍ଧା ଆଟେଣ୍ଡାନ୍ସ ଦେବେ। ସେହିପରି ସନ୍ଧ୍ୟା ୫ଟାରେ ପଞ୍ଚ ଆଉଟ୍ କରି ବାହାରିବେ ନ ହେଲେ ସାଢ଼େ ୭ ଘଣ୍ଟା ହୋଇଗଲେ ଅଫିସରୁ ବାହାରି ପାରିବେ।

୧୦ଟା ୩୦ ପରେ ଓ ୧୧ଟା ପୂର୍ବରୁ ପଞ୍ଚ ଇନ୍ କଲେ ଲେଟ୍ ଆଟେଣ୍ଡାନ୍ସ ଭାବେ ବିବେଚନା କରାଯିବ ବୋଲି ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି। ଏମିତି ହେଲେ ସମ୍ପୃକ୍ତ କର୍ମଚାରୀ କାଜୁଆଲ୍ ଲିଭ୍ ପାଇଁ ଆବେଦନ କରିବେ। ଏଭଳି ଭୁଲ୍ ୩ ଦିନ ଯାଏ ଗ୍ରହଣୀୟ ହେବ। ତା’ ପରେ ହେଲେ ଅନୁପସ୍ଥିତି ଭାବେ ବିଚାର କରାଯିବ। ଦିନ ୧୧ଟା ପରେ ଆଟେଣ୍ଡାନ୍ସ ପଡ଼ିଲେ ଛୁଟି ବୋଲି ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

You might also like