କରୋନା ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜି : ଅମାନିଆଙ୍କୁ ଲକଡାଉନ ଓ ସଟଡାଉନ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

  • ଅମାନିଆ ହେଲେ ସଟଡାଉନ୍ !
  • ଲକଡାଉନ ଓ ସଟଡାଉନ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
  • ଯେଉଁଠି ଲୋକ ଅମାନିଆ ଭିଡ଼ ଜମାଇବେ ସେଠାରେ ପଦକ୍ଷେପ ନିଆଯାଇପାରେ
  • ବର୍ତ୍ତମାନ ଲକଡାଉନ, ସଟଡାଉନର ଆବଶ୍ୟକତା ସବୁ ଜାଗାରେ ନାହିଁ
  • ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜି କରୁଛୁ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଅମାନିଆ ହେଲେ ଲାଗୁ ହୋଇପାରେ ସଟଡାଉନ୍ । ଯେଉଁ ସ୍ଥାନରେ ଲୋକେ କୋଭିଡ୍ ନିୟମ ନମାନିବେ ଏବଂ ଅଧିକ ଭିଡ଼ ହେବ ସେଠାରେ ଲକଡାଉନ ଓ ସଟଡାଉନ୍ ଭଳି  ଚରମ ପଦକ୍ଷେପ ନିଆଯାଇପାରେ  ବୋଲି ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ତେବେ ବର୍ତ୍ତମାନ ସବୁ ଜାଗାରେ ଲକଡାଉନ୍, ସଟଡାଉନ୍ ଆବଶ୍ୟକତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।


ସେହିପରି ରାଜ୍ୟରେ ସମାନ୍ତରାଳ ରହୁଛି ସଂକ୍ରମଣର ସ୍ଥିତି ବୋଲି କହିଛନ୍ତି ଡିଏମ୍ଇଟି । ସମାନ୍ତରାଳ ଭଳି ସ୍ଥିତି ଯାହାକି ଢେଉ ଭଳି ରହୁଛି, କେତେବେବଳେ ଉପରେ ତ ଆଉ କେତେବେଳେ ଡ଼ାଉନ ସ୍ଥିତିରେ ବି ରହୁଛି । ଗତକାଲି ୮ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ହଜାରରେ ରହିଛି । ତେବେ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ ରହିଛି । କରୋନା ହୋଇ ଅନ୍ୟ ରୋଗ ଯୋଗୁ ଲୋକେ ମୃତ୍ୟୁ ବରଣ କରୁଛନ୍ତି । କୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।

ସେପଟେ ଆଜି ଅପରାହ୍ନରେ ଅଛି ପୋଲିସ ମହାନିର୍ଦ୍ଦେଶକଙ୍କ ପ୍ରେସମିଟ୍ । ଡିଜିପି ଅଭୟ ସାଢ଼େ ୪ଟାରେ ପ୍ରେସମିଟ । କରିବେ କୋଭିଡ କଟକଣା ନେଇ ସେ କିଛି ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ଦିନକୁ ଦିନ କରୋନାର ସଂକ୍ରମଣ ବଢ଼ି ଚାଲିଛି  । ବେଶ୍ କିଛି ଦିନ ହେଲା ପଜିଟିଭ ସଂଖ୍ୟା ୬ ହଜାର ଉପରେ ରହୁଛି । ଏହାକୁ ରୋକିବା ପାଇଁ ସପ୍ତାହାନ୍ତ ସଟଡାଉନ୍ ଓ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି, ତଥାପି କରୋନା କମୁନି । ତେଣୁ ଡିଜିପି ଆଜି ଆହୁରି କିଛି କଡ଼ା କଟକଣା ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।

ସେହିପରି ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ଅଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ ଓ ପୁରୀ ଖୋର୍ଦ୍ଧା ଜିଲ୍ଲାରେ ଟିକାକରଣ ବନ୍ଦ ରହିଲେ ମଧ୍ୟ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଟିକାକରଣ ଜାରି ରହିଥିବା ସୂଚନା ମିଳିଛି । ଆଜି ୩୦୨ କେନ୍ଦ୍ରରେ ଟିକାକରଣ ଚାଲିଛି । ଗତକାଲି ୯୦ ହଜାର ଟିକା ଆସିଥିଲା ସବୁ ଜିଲ୍ଲାକୁ ଏହା ଦିଆଯିବ । ଗତକାଲି ୪୬୯ କେନ୍ଦ୍ରରେ ୪୩ ହଜାର ୮୫୩ ଟିକା ନେଇଛନ୍ତି  । ଆଜି ଯାଏ ମୋଟ ୫୭ ଲକ୍ଷ ୪୮ ହଜାର ୭୬୯ ଟିକାକରଣ ହୋଇଛି ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୧୯ ହଜାର କୋଭିସିଲ୍ଡ ଟିକା ରହିଛି ସେଥିରୁ ୩ ଲକ୍ଷ ୪୬ ହଜାର କୋଭାକ୍ସିନ ଟିକା ଅଛି ।

You might also like