ଭୁବନେଶ୍ୱର: ରାଜ୍ୟରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ କର କ୍ଲିନିକକୁ ନ ଯିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ବିଭାଗର ସୂଚନା ଅନୁସାରେ ଗତ ୨୧ ତାରିଖରେ ସଂପୃକ୍ତ ରୋଗୀ କର କ୍ଲିନିକକୁ ଆସିଥିଲେ। ପରେ ମାର୍ଚ୍ଚ ୨୪ରେ କର କ୍ଳିନିକ୍ରେ ଆଡମିଟ୍ ହୋଇ ଗୋଟିଏ ଦିନ ଆଇସିୟୁରେ ରହିଥିଲେ।
ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଏବଂ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଆଇସୋଲେସନରେ ରଖିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି।
ସେପଟେ କିଛି ଘରୋଇ କ୍ଲିନିକ କୋଭିଡ-୧୯ ଗାଇଡ଼ଲାଇନ ମାନୁନଥିବା ନେଇ କ୍ଷୁବ୍ଧ ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଥିବାରୁ ରୋଗୀଙ୍କ ସାଧାରଣ ଥଣ୍ଡା, କାଶ ଯାଞ୍ଚ ବେଳେ ଗାଇଡ୍ଲାଇନ୍ ମାନିବାକୁ ପରାମର୍ଶ ଦିଆଯାଇଛି। ଗାଇଡ୍ଲାଇନ ନମାନିଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି ସ୍ୱାସ୍ଥ୍ୟ ବିଭାଗ।