ଗଣେଶ ପୂଜା ମାମଲାକୁ ନେଇ ହାଇକୋର୍ଟ ଦେଲେ ରାୟ
ଭୁବନେଶ୍ୱର: ଗଣେଶ ପୂଜା ହୋଇ ପାରିବ କି ନାହିଁ, ସେହି ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ। ତାଙ୍କୁ ଏହି କ୍ଷମତା ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ପ୍ରଶାସନର ଅଧିକାରୀ ନିଷ୍ପତ୍ତି ନେବେ। ସେ ଚାହିଁଲେ ପୂଜା ପାଇଁ ଅନୁମତି ଦେଇପାରିବେ, ଯଦି ପୂଜା ପାଇଁ ପରିସ୍ଥିତି ଠିକ୍ ନ ଥିବ, କରୋନା ବ୍ୟାପିବାର ଆଶଙ୍କା ଥିବ, ତେବେ ସେ ଅନୁମତି ଦେବେ ନାହିଁ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ।
କରୋନା ପାଇଁ ଗଣେଶ ପୂଜା ଉପରେ କଟକଣା ଲଗାଇଥିଲେ ସରକାର। ଟ୍ୱିନ ସିଟିରେ କୌଣସି ମଣ୍ଡପରେ ଗଣେଶ ପୂଜା ହୋଇପାରିବ ନାହିଁ ବୋଲି କହିଥିଲେ ପୋଲିସ କମିଶନର। ଏହା ବିରୋଧରେ ହାଇକୋର୍ଟ ଯାଇଥିଲା କଟକ ବୁଢ଼ା ଗଣେଶ ପୂଜା କମିଟି। ଗଣେଶ ପୂଜା ପାଇଁ ଅନୁମତି ଦେବାକୁ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଆଜି ତାର ଶୁଣାଣି କରିଥିଲେ ହାଇକୋର୍ଟ।
ଟୁଇନ୍ ସିଟିରେ ଗଣେଶ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା। ଏଥିରେ ମୁଖ୍ୟ ସଚିବ, SRC, ପୋଲିସ କମିଶନରଙ୍କୁ ପକ୍ଷଭୁକ୍ତ କରି ମାମଲା ହୋଇଥିଲା।
କଟକ ଜିଲ୍ଲାପାଳ, ଡିସିପି, ସିଏମସି କମିଶନରଙ୍କୁ ପକ୍ଷଭୁକ୍ତ କରି ମାମଲା ହୋଇଥିଲା। ଟୁଇନ ସିଟିର ସମସ୍ତ ପୂଜା ମଣ୍ଡପରେ ଗଣେଶ ପୂଜା ପାଇଁ ଅନୁମତି ଅପିଲ କରାୟାଇଥିଲା।
ଖୋର୍ଦ୍ଧା ଜିଲ୍ଲାରେ ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହୋଇପାରିବନି। କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି।