• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି। କରୋନା ପାଇଁ ରାଜସ୍ୱ ଆଦାୟ କମିଥିବାରୁ ବଜେଟର ପୁନର୍ବିନ୍ୟାସ ହେବ। ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଅନ୍ୟ ବିଭାଗର ଅର୍ଥ ଖର୍ଚ୍ଚ ହେଉନଥିବାରୁ ଏହାକୁ କରୋନା ମୁକାବିଲାରେ ଖର୍ଚ୍ଚ କରାଯିବ। ସ୍ୱାସ୍ଥ୍ୟସେବା ଲାଗି ସମସ୍ତ ଖର୍ଚ୍ଚ ବହନ କରିବେ ସରକାର।

ଏଥିପାଇଁ ଆବଶ୍ୟକ ଅର୍ଥ ଭରଣା ଲାଗି ବଜାରରୁ ଋଣ ଉଠାଇବେ। କେନ୍ଦ୍ରୀୟ ଯୋଜନାରେ ଅନୁଦାନ କମିବା ଆଶଙ୍କା ରହିଛି। ବର୍ତ୍ତମାନ କୋଭିଡ ମୁକାବିଲା ଲାଗି ସରକାର କାମ୍ପା, ଓମ୍ବାଡ୍‌ସିରୁ ୩% ସୁଧରେ ୧ ହଜାର କୋଟି ଋଣ ଆଣିଛନ୍ତି। ଆଗକୁ ଆବଶ୍ୟକତା ଅନୁସାରେ ଅଧିକ ଋଣ କରାଯିବ।

କରୋନା ମୁକାବିଲା ନେଇ ବିଗତ ୪ ମାସରେ ୧୯ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୪୦ କୋଟି, ଏସ୍‌ଡିଆରଏଫ୍‌ରୁ ୬୨୪ କୋଟି, ପଂଚାୟତିରାଜ ବିଭାଗରୁ ୮୭୫ କୋଟି ଏବଂ ବିଧାୟକଙ୍କ ହାତପାଣ୍ଠିରୁ ୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

Odisha-has-so-far-spent-over-rs-1800-crore-to-fight-against-covid19-asit-tripathy
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories