ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଇ-ପାସ୍ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାରେ ଫସିଥିବା ଏବଂ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଇ-ପାସ୍ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଚିକିତ୍ସା କିମ୍ବା ଅନ୍ୟ କୌଣସି ଜରୁରୀ ଆବଶ୍ୟକତା ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିଲେ ଇ-ପାସ୍ ଯୋଗାଇଦେବେ ରାଜ୍ୟ ସରକାର। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଇ-ପାସ୍ ପାଇଁ covid19.odisha.gov.inରେ ଆବେଦନ କରିପାରିବେ। ସେଠାରେ ଆବେଦନକାରୀଙ୍କୁ ଯାତ୍ରା ବିବରଣୀ, ଯାତ୍ରୀ, ଡ୍ରାଇଭର୍ ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ପଡ଼ିବ। ଆବେଦନ କରିସାରିବା ପରେ ଏହାକୁ ଜିଲ୍ଲା କର୍ତ୍ତୃପକ୍ଷ ତର୍ଜମା କରିବେ।

ଆବେଦନ ମଞ୍ଜୁର ହେବା ପରେ ଇ-ପାସ୍‌କୁ ୱେବ୍‌ସାଇଟ୍‌ରେ ଦେଖିହେବ ଏବଂ ଏହାକୁ ଆପଣ ଡାଉନଲୋଡ୍ ଓ ପ୍ରିଣ୍ଟ ମଧ୍ୟ କରିପାରିବେ। ଇ-ପାସ୍ ନମ୍ବର ସହିତ ଗାଡ଼ି ଓ ଯାତ୍ରୀଙ୍କ ତଥ୍ୟ ଆବେଦନକାରୀଙ୍କୁ ଏସ୍ଏମ୍ଏସ୍ ଓ ଇମେଲ୍ ଜରିଆରେ ପଠାଇ ଦିଆଯିବ।

ଆହୁରି ପଢ଼ନ୍ତୁ

You might also like