କରୋନା ବିରୋଧରେ ଅସ୍ତ୍ର ଫାଭିପିରାଭିର: କେମିତି ଖାଇବେ ଓ କିଏ ଖାଇବନି, ଜାଣନ୍ତୁ

ଭୁବନେଶ୍ୱର: ହୋମ୍ ଆଇସୋଲେସନରେ ରହୁଥିବା ଲୋକ ଖାଇପାରିବେ ଫାଭିପିରାଭିର। ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଦେଲେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସେ। ଏ କଥା କହିଛନ୍ତି SCB ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା। କିନ୍ତୁ କେଉଁମାନେ ଏହି ମେଡିସିନ ସେବନ କରିବେ ତାହାର ସବିଶେଷ ସୂଚନା ଦେଇଛନ୍ତି ଡାକ୍ତର ପଣ୍ଡା।

କରୋନା ଚିକିତ୍ସା ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍‌ରେ ଯୋଗଦେଇ  ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ-

  • ହୋମ୍ ଆଇସୋଲେସନରେ ରହୁଥିବା ଲୋକଙ୍କୁ ଫାଭିପିରାଭିର ଦିଆଯାଉଛି। ଫାଭିପିରାଭିର ଭୂତାଣୁର ସଂଖ୍ୟା ଓ ଭୂତାଣୁର ପ୍ରଭାବ କମାଇ ଥାଏ। ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଦେଲେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାର ସମ୍ଭାବନା ରହିଥାଏ।
  • ଠିକ ଭାବେ ସେବନ କଲେ ଜ୍ୱର, କାଶର ପ୍ରାଦୁର୍ଭାବ କମିଯାଇପାରିବ। ରୋଗୀଙ୍କୁ ପାଞ୍ଚ ଦିନ ପାଇଁ ଫାଭିପିରାଭିର ଦେବା ବ୍ୟବସ୍ଥା କରାଯାଇଛି।
  • ଲକ୍ଷଣହୀନ ରୋଗୀଙ୍କୁ ଏହା ଦିଆଯାଏ ନାହିଁ, ଲକ୍ଷଣଯୁକ୍ତ ରୋଗୀଙ୍କୁ ଦିଆଯାଏ। ଗର୍ଭବତୀ ମହିଳା, ଛୋଟ ପିଲା ଫାଭିପିରାଭିର ଖାଇପାରିବେ ନାହିଁ।
  • ରୋଗ ଚିହ୍ନଟ ହେବା ମାତ୍ରେ ପ୍ରଥମ ଦିନରୁ ଫାଭିପିରାଭିର ଦିଆଯାଇପାରିବ। କଟକ, ଭୁବନେଶ୍ୱର ଓ ପୁରୀରେ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଛି।
  • ଫାଭିପିରାଭିର ଖାଇଲା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିଲେ ଡାକ୍ତରଙ୍କୁ ଜଣାନ୍ତୁ। ପତଳା ଝାଡ଼ା ହେଲେ, ପେଟ କାଟିଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

ଫାଭିପିରାଭିର ଡୋଜ୍ ନେଇ ଡାକ୍ତର ସଂପଦ ଦାସଙ୍କ ସୂଚନା:-

  • ଫାଭିପିରାଭିର ପ୍ରଥମ ଦିନ ସକାଳେ ୯ ଓ ରାତିରେ ୯ଟି ବଟିକା ଖାଇବେ
  • ୨ୟରୁ ପଞ୍ଚମ ଦିନ ପର୍ଯ୍ୟନ୍ତ ସକାଳେ ୪ଟି ଓ ରାତିରେ ୪ଟି ବଟିକା ଖାଇବେ
  • ଫାଭିପିରାଭିର ବା କୌଣସି ଔଷଧ ଖାଇଲେ ମଦ୍ୟପାନ ନକରିବା ଉଚିତ
  • ଫାଭିପିରାଭିର ସହ ନିଜର ପୂର୍ବ ରୋଗ ପାଇଁ ଔଷଧ ବି ଖାଇପାରିବେ

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like