୨ ଲକ୍ଷ ଟପିଲା ରାଜ୍ୟରେ କରୋନା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ସୁସ୍ଥ ହେଲେ ରାଜ୍ୟର ଆଉ ୪୧୦୮ କରୋନା ଆକ୍ରାନ୍ତ। ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୨ ଲକ୍ଷ ୨ ହଜାର ୩୦୨ ଛୁଇଁଲା। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧାରୁ ସର୍ବାଧତ୍କ ୭୨୧, କଟକରୁ ୪୯୨, ଯାଜପୁର- ୨୧୨, ଅନୁଗୁଳ- ୧୮୬, ଝାରସୁଗୁଡ଼ାରୁ ୧୫୪, ଜଗତସିଂହପୁର- ୧୪୩, ମୟୂରଭଞ୍ଜ- ୧୩୯, ସମ୍ବଲପୁରରୁ ୧୨୮, ନୂଆପଡ଼ା- ୧୧୮, କଳାହାଣ୍ଡି ଓ କେନ୍ଦୁଝରରୁ ୧୧୭ ଲେଖାଏଁ, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୧୧୬ ଲେଖାଏଁ, ବରଗଡ଼ରୁ ୧୧୪ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା- ୧୦୭, ନବରଙ୍ଗପୁର-୮୯, ବଲାଙ୍ଗିର-୮୦, ଢେଙ୍କାନାଳ-୭୫, କୋରାପୁଟ ଓ ସୁବର୍ଣ୍ଣପୁରରୁ ୭୩ ଲେଖାଏଁ, କନ୍ଧମାଳରୁ ୭୧, ଗଞ୍ଜାମ- ୬୭, ରାୟଗଡ଼ା- ୬୭, ପୁରୀ- ୫୫, ନୟାଗଡ଼-୫୦, ବୌଦ୍ଧ- ୪୪, ଗଜପତି- ୪୦, ମାଳକାନଗିରିରୁ ୩୪ ଆକ୍ରାନ୍ତ, ଭଦ୍ରକ- ୧୬, ଦେବଗଡ଼- ୮ ଓ ଷ୍ଟେଟ୍ ପୁଲରୁ ୨୮୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

You might also like