• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ ନବୀନଙ୍କୁ ମିଳିବ କି ସମର୍ଥନ ? ୨୨ଟି ରାଜନୈତିକ ଦଳ ମଧ୍ୟରୁ କେଉଁମାନେ କରିବେ ସମର୍ଥନ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଗତକାଲି ସବୁ ଦଳକୁ ବିଜେଡି ପ୍ରତିନିଧି ଭେଟି ସମର୍ଥନ ଲୋଡ଼ିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ପରେ ଅାଜି ନବୀନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମର୍ଥନ ମାଗିଛନ୍ତି।

ତେବେ ଜାତୀୟ ରାଜନୀତିରେ ବିଜେଡିର ଅାଭିମୁଖ୍ୟ ଯେଭଳି ରହିଅାସିଛି ତାକୁ ଦେଖିଲେ ସମର୍ଥନ ଜୁଟାଇବା ଦଳ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ବିମୁଦ୍ରାକରଣ ପ୍ରସଙ୍ଗରେ ରାଷ୍ଟ୍ରପତି ଭବନକୁ ମମତାଙ୍କ ନେତୃତ୍ୱରେ ମାର୍ଚ୍ଚ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଅାଣିଥିବା ଅନାସ୍ଥା ପ୍ରସ୍ତାବ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱର ବିଜେଡିର ସମର୍ଥନ ମାଗିଥିଲେ।

ତେବେ ନବୀନ ଏସବୁ ପ୍ରସଙ୍ଗରୁ ଦୂରେଇ ରହିଥିଲେ। ସେପଟେ ମୋଦି ବିରୋଧୀ ମହାମେଣ୍ଟରେ ବି ସାମିଲ ହୋଇନଥିଲା ବିଜେଡି। ଅାଉ କିଛି ପ୍ରସଙ୍ଗରେ ନବୀନ ନିଜ ସୁବିଧା ଅନୁସାରେ ସମର୍ଥନ ଦେଇଛନ୍ତି। ଏପଟେ ବିରୋଧୀ କହିଛନ୍ତି, ନବୀନ ସବୁବେଳେ ସୁବିଧାବାଦୀ ରାଜନୀତି କରନ୍ତି। ତେଣୁ ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେଡିକୁ ସମର୍ଥନ ମିଳିନପାରେ। ବିଜେଡି କିନ୍ତୁ ଅାଶା ରଖିଛି ଯେ, ମହିଳାଙ୍କ କଥା ହୋଇଥିବାରୁ ସବୁ ଦଳ ସମର୍ଥନ କରିବେ।

ସେପଟେ ଯେଉଁ ସବୁ ଦଳକୁ ବିଜେଡି ବିଭିନ୍ନ ସମୟରେ ସମର୍ଥନ ଦେଇଛି, ସେମାନେ ସହଯୋଗର ହାତ ବଢ଼ାଇବା ସମ୍ଭାବନା ରହିଛି। ଏହି କ୍ରମରେ ପ୍ରଥମେ ନବୀନଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଜେଡିୟୁ।

ସାଧାରଣ ନିର୍ବାଚନ ପାଇଁ ଅାଉ ମାତ୍ର ୪ ମାସ ଥିବାରୁ ଏହି ନିର୍ବାଚନରେ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିବ ନାହିଁ। ବିଜେଡି ଏସବୁ ଜାଣି ମଧ୍ୟ ଖେଳୁଥିବା ମହିଳା କାର୍ଡରୁ କେତେ ଫାଇଦା ପାଇବ ତା ଉପରେ ନଜର ରହିଛି।

https://youtu.be/wByjhiVCv6w

Odisha-govts-proposal-for-33-reservation-for-women-in-parliament-state-assemblies
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories