କରୋନା ମୁକାବିଲା ନେଇ ଓଟିଭି ନ୍ୟୁଜ୍ ଏଡିଟରଙ୍କ ପ୍ରଶ୍ନର ଏମିତି ଉତ୍ତର ଦେଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୯ ଜିଲ୍ଲାରେ ୨୧ଟି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଗାମୀ ସପ୍ତାହରେ ସବୁ ଜିଲ୍ଳାରେ କୋଭିଡ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବ। ଏମାସ ଶେଷ ସୁଦ୍ଧା ୩୬ଟି ସ୍ଥାନରେ ୬ ହଜାର ବେଡ୍ ପ୍ରସ୍ତୁତ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ତେବେ ଏଯାଏଁ ରାଜ୍ୟରେ କରୋନାର ଗତି ସେହି ଅନୁପାତରେ ବଢୁନଥିଲେ ବି ରାଜ୍ୟ ସରକାର କାହିଁକି ଏତେ ସଂଖ୍ୟକ ହସ୍ପିଟାଲ ଓ ଶଯ୍ୟା ପ୍ରସ୍ତୁତ କରୁଛନ୍ତି ? ଏହା ପଛରେ ଯୁକ୍ତି କଣ ? ଓଡ଼ିଶାରେ ସଂକ୍ରମଣ ବ୍ୟାପକ ହେବାର ଆଶଙ୍କା କରୁଛନ୍ତି କି ରାଜ୍ୟ ସରକାର।

ଓଟିଭି ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ରଙ୍କ ଏମିତି କିଛି ପ୍ରଶ୍ନର ଉତ୍ତର ଦେଇ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ, କରୋନାର ଜାତୀୟ ସଂକ୍ରମଣ ହାରକୁ ଦେଖି ଭିତ୍ତିଭୂମି ପ୍ରସ୍ତୁତି କରାଯାଉଛି। ସନ୍ତର୍ପଣରେ ଆସି ବିସ୍ଫୋରଣ ଘଟାଇଥିବା କରୋନା ଭୂତାଣୁର ସଂକ୍ରମଣ ଶୈଳିକୁ ଦେଖି ତାକୁ ମୁକାବିଲା ପାଇଁ ପ୍ରସ୍ତୁତି କରୁଛୁ ବୋଲି ଉତ୍ତର ରଖିଛନ୍ତି ବାଗ୍‌ଚୀ।

You might also like