କରୋନା ମୁକାବିଲା ପାଇଁ ହୋମ୍ କ୍ୱାରେଣ୍ଟାଇନ୍ ଭଲ ପଦକ୍ଷେପ: ଜଗନ୍ନାଥ ବି ଏମିତି ରୁହନ୍ତି
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ହେଉଛି ନିଜକୁ ହୋମ୍ କ୍ୱାରେଣ୍ଟାଇନ ରଖିବା। ବିଦେଶରୁ ଆସିଥିବା ଲୋକଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ, ସେମାନେ ନିଜକୁ ଘରେ ପୃଥକ ରଖିବାକୁ କହୁଛନ୍ତି ସରକାର। ତେବେ କଣ ଏହି ହୋମ୍ କ୍ୱାରେଣ୍ଟାଇନ୍? ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଉଦାହରଣ ଦେଇ ଏହାକୁ ବେଶ୍ ସୁନ୍ଦର ଭାବେ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ।
ସେ କହିଛନ୍ତି ଯେ, କିଛି ନୂଆ କଥା ନୁହେଁ ହୋମ୍ କ୍ୱାରେଣ୍ଟାଇନ୍। (quarantine)ଏହି ସଂଗରୋଧ ପଦ୍ଧତିକୁ ନେଇ କିଛି ଡରିବାର ନାହିଁ। ପ୍ରତି ବର୍ଷ ହୋମ୍ କ୍ୱାରେଣ୍ଟାଇନ୍ରେ ରୁହନ୍ତି ନିଜେ କାଳିଆ ଠାକୁର। ଆପଣ ଦେଖିଥିବେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ସମୟର ଦୃଶ୍ୟ।