୩ରୁ ଖୋଲିବ ଶ୍ରୀମନ୍ଦିର !

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି। ଛତିଶା ନିଯୋଗ ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ୨ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାରଙ୍କ ଅନୁମତି ମିଳିଲା ପରେ ଶ୍ରୀମନ୍ଦିର ଖୋଲାଯିବ। ଦର୍ଶନ ଆରମ୍ଭ ପରେ ବି କଟକଣା ଜାରି ରହିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ଖୋଲିବା ପରେ ପ୍ରଥମେ ୪/୫ ଦିନ ପୁରୀ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ଭିଡ଼ ଦୃଷ୍ଟିରୁ ଜାନୁଆରୀ ୧ ଏବଂ ୨ ତାରିଖରେ ଦର୍ଶନ ବନ୍ଦ ରହିବ। ୩ ତାରିଖ ଠାରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ କରାଯିବ। ୩ ତାରିଖ ଠାରୁ ପୁରୀ ସହ ବାହାର ଲୋକ ଦର୍ଶନ କରିପାରିବେ। ଦର୍ଶନ ବ୍ୟବସ୍ଥା ପାଇଁ ଏକ ଏସ୍ଓପି ଜାରି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

  • ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ଓ ସାନିଟାଇଜର ଲଗାଇବା ଜରୁରୀ
  • ଶ୍ରୀମନ୍ଦିର ୪ ଦ୍ୱାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଦିଆଯିବ
  • ଜିଲ୍ଲା ବାହାର ଲୋକଙ୍କୁ କୋଭିଡ଼ ନେଗେଟିଭ ରିପୋର୍ଟ ଦେବାକୁ ପଡ଼ିବ
  • ୬୫ ବର୍ଷରୁ ଅଧିକ ବୟସ୍କ, ପିଲାଙ୍କୁ ନଆସିବାକୁ ଅନୁରୋଧ କରିବୁ
  • ୩ ତାରିଖ ଠାରୁ ପ୍ରତି ଦିନ ୫ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ
  • ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ପରେ ସଂଖ୍ୟା ଆଗକୁ ବଢ଼ିବ
  • ମାସେ, ୨ ମାସ ମଧ୍ୟରେ ଅଧିକ ଦର୍ଶନାର୍ଥୀଙ୍କୁ ଅନୁମତି ମିଳିପାରିବ
  • ତେବେ ମହାପ୍ରସାଦ ସମସ୍ତେ ପାଇପାରିବେ କହିଲେ ମୁଖ୍ୟ ପ୍ରଶାସକ
You might also like