କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ପ୍ରଫଲ୍ଲ ମଲ୍ଲିକ: ହେଲେ, କାହିଁକି?
ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ପ୍ରଫ୍ଲୁଲ
ରାଉରକେଲା: ରାଉରକେଲା ଆଇଜିଏଚକୁ ମେଡିକାଲ କଲେଜରେ ବିକଶିତ କରିବା ପ୍ରସଙ୍ଗରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଲେଖିଲେ ଚିଠି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଆଇଜିଏଚକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେସାଲିଟି ହସ୍ପିଟାଲରେ ବିକଶିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତ ଅବସରରେ ଏନେଇ ଘୋଷଣା ମଧ୍ୟ କରିଥିଲେ।
ତେବେ ଏବେ ଏହାକୁ ମେଡିକାଲ କଲଜ ନକରି କେବଳ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଉଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନରେ ଆରଏସପି କର୍ତ୍ତୃପକ୍ଷ ଅବହେଳା କରିଛନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରତିଶୃତି ମୁତାବକ ମେଡିକାଲ କଲେଜ ନହେବାରୁ ରାଉରକେଲା ବାସୀ ଏବଂ ସେ ନିଜେ ଅତ୍ୟନ୍ତ ନିରାଶ ବୋଲି ମନ୍ତ୍ରୀ ଲେଖିଛନ୍ତି। RSP କର୍ତ୍ତୃପକ୍ଷଙ୍କୁ ଏନେଇ ନିର୍ଦ୍ଦେଶ ଦେବାକୁ ଧର୍ମେନ୍ଦ୍ରଙ୍କୁ ପ୍ରଫୁଲ୍ଲ ନିବେଦନ କରିଛନ୍ତି। ତେବେ ଏନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।