‘ଗଣମାଧ୍ୟମକୁ ନାଲିଆଖି ଗଣତନ୍ତ୍ର ପାଇଁ ହିତକର ନୁହେଁ’

ଭୁବନେଶ୍ୱର: କରୋନା ସମ୍ପର୍କିତ ବିଭ୍ରାନ୍ତିକର ଖବର ପ୍ରସାରଣର ମିଥ୍ୟା ଅଭିଯୋଗ ଆଣି ଓଟିଭି ପରି ଏକ ଦାୟିତ୍ୱସମ୍ପନ୍ନ ଗଣମାଧ୍ୟମର କଣ୍ଠରୋଧ କରିବା ପାଇଁ ବିଏମସି ଓ କମିଶନରେଟ୍ ପୋଲିସ୍ ଯେଉଁ ପ୍ରୟାସ କରୁଛନ୍ତି ତାହାକୁ ବିଭିନ୍ନ ମହଲରେ ନିନ୍ଦା କରଯାଇଛି।

ବିଜେପି ସା. ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟ ସରକାର ଅସହିଷ୍ଣୁ ହୋଇ ପଡ଼ିଛନ୍ତି। ରାଜ୍ୟ ସରକାର ସକାରାତ୍ମକ ସମାଲୋଚନାକୁ ସ୍ୱୀକାର କରନ୍ତୁ। ଗଣମାଧ୍ୟମକୁ ନାଲିଆଖି ଗଣତନ୍ତ୍ର ପାଇଁ ହିତକର ନୁହେଁ। ଗଣମାଧ୍ୟମକୁ ଏପରି ବ୍ୟବହାରରୁ ଜଣାପଡ଼ୁଛି ରାଜ୍ୟ ସରକାର ଭୟଭୀତ ହୋଇପଡ଼ିଛନ୍ତି।

ସେହପରି  ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଛନ୍ତି, ସରକାର ଚାହାଁନ୍ତିନି ତାଙ୍କ ତ୍ରୁଟି ସାମ୍ନାକୁ ଆସୁ। ଏହା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ। ସେ କହିଛନ୍ତି,  ସରକାର ଚାହୁଁଛନ୍ତି ତାଙ୍କୁ ସୁହାଇଲା ଭଳି ଖବର ପ୍ରସାରଣ ହେଉ। ହେଲଷ ଗଣମାଧ୍ୟମ ଯେଉଁଠି ସରକାରଙ୍କ ମୁଖପାତ୍ର, ସେଠି ଗଣତନ୍ତ୍ର ବ୍ୟାହତ। ଗଣତନ୍ତ୍ରର କଣ୍ଠରୋଧ ସତ୍ୟ ଲୁଚେଇବା ପ୍ରୟାସର ଅଂଶବିଶେଷ। ଭାଇରାଲ ଅଡିଓ ପାଇଁ ଓଟିଭି ପଛରେ ଲାଗିବା, ଅସୂୟା ପ୍ରମାଣ କରୁଛି।

ଏମିତି ଏକଛତ୍ରବାଦୀ ମନୋଭାବ ଚଳିବନି କହିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ଆଞ୍ଚଳିକ ରାଜନୈତିକ ଦଳମାନେ ନିଜକୁ ଏକଛତ୍ରବାଦୀ ଭାବୁଛନ୍ତି।  ଜରୁରୀକାଳୀନ ସ୍ଥିତି ବେଳେ ଯେମିତି ଚାଲିଥିଲା, ଏବେ ସେମିତି ଚାଲିଛି।  ଗଣମାଧ୍ୟମକୁ ଧମକ ଦେବା, ସ୍ୱର ଦବେଇଦେବା ଚଳିବନି ବୋଲି କହିଛନ୍ତି ପୃଥ୍ୱୀରାଜ।

ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସ କଡ଼ା ସମାଲୋଚନା କରି କହିଛନ୍ତି, ଗର୍ବ, ଅହଙ୍କାର ମୁଣ୍ଡରେ ଚଢ଼ିଲେ ପତନ ଅବଶ୍ୟମ୍ଭାବୀ।
ରାମାୟଣରେ ରାବଣର ପତନ ପାଇଁ ରାବଣର ଅହଙ୍କାର ଦାୟୀ।  ଓଡ଼ିଶା ସରକାର ରାବଣ ଢଙ୍ଗରେ କାମ କରୁଛନ୍ତି।  ସରକାରଙ୍କ ଗଣତନ୍ତ୍ରର ମୂଳସ୍ତମ୍ଭ ଗଣମାଧ୍ୟମ ପ୍ରତି ସମ୍ମାନ ନାହିଁ।  ଏହା କେବଳ ନିନ୍ଦନୀୟ ନୁହେଁ; ଗର୍ବ, ଅହଙ୍କାରର ନିଦର୍ଶନ ବୋଲି କହିଛନ୍ତି ସୁଦର୍ଶନ ଦାସ।
ସେହିପରି   ବିଜେପି ସଭାପତି ସମୀର ମହାନ୍ତି କଡା ସମାଲୋଚନା କରି  ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତି ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଏଭଳି ଅସହିଷ୍ଣୁତା କେବେ ଦେଖା ଦେଇ ନଥିଲା। କ୍ଷମତା ଅପବ୍ୟବହାରର ଏହା ହେଉଛି ନିଦର୍ଶନ।
ଗଣମାଧ୍ୟମକୁ ନାଲି ଆଖି ଦେଖାଇବା ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଛନ୍ତି ସମୀର ମହାନ୍ତି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like