କୋଭିଡ୍‌-୧୯ର ମୁକାବିଲା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: କରୋନା କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଆଜିଠାରୁ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ ହେଲ୍‌ପରଙ୍କୁ ଗୋଟିଏ ୟୁନିଟ କରାଯାଇଛି।

ଏହି ୟୁନିଟ ଲୋକଙ୍କୁ ଘରକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। ଘର ଘର ବୁଲି କାହାକୁ ଥଣ୍ଡା ଜ୍ୱର କିମ୍ବା କାଶ ହେଉଛି କି ପଚାରି ବୁଝୁଛନ୍ତି। ଏହାସହ ଲୋକଙ୍କୁ ମାସ୍କ କିମ୍ବା ଯେକୌଣସି କପଡ଼ାରେ ମୁହଁ ଘୋଡାଇବାକୁ ବାଧ୍ୟତାମୂଳକ କରାଯାଇଛି।

ସେହିପରି ହାତ ଧୋଇବା ନେଇ ମଧ୍ୟ ସଚେତନ କରାଯାଉଛି। ରାଜ୍ୟ ଓ ଦେଶ ବାହାରୁ ୨୮ ହଜାରରୁ ଅଧିକ ଲୋକ ଗଞ୍ଜାମ ଜିଲ୍ଲାକୁ ଆସିଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି।

 

 

You might also like