ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ ନିୟୋଜିତ ହେବେ ଆୟୁଷ ଡାକ୍ତର। ରାଜ୍ୟର ପ୍ରତି ଜିଲ୍ଲାରେ ଆୟୁଷ ଡାକ୍ତରଙ୍କ ମୁତୟନ ପାଇଁ ସମସ୍ତ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଓ ଜିଲ୍ଲା ହୋମିଓପାଥି ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ।
ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ଅଧିକାରୀଙ୍କୁ ଡାକ୍ତରଖାନା, କ୍ୱାରେଣ୍ଟାଇନ ସେଣ୍ଟର କିମ୍ବା ଅନ୍ୟ କେଉଁ ଉପଯୁକ୍ତ ସ୍ଥାନରେ ନିୟୋଜିତ କରାଯିବ, ସେନେଇ ଜିଲ୍ଲାପାଳ ଏବଂ ଡିଏଏମ୍ଓ ବା ଡିଏଚ୍ଏମ୍ଓଙ୍କ ସହ ପରାମର୍ଶ କରି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ନିଷ୍ପତ୍ତି ନେବେ। ଏଥିସହ ଚିଠିରେ ୧୬୨୦ ଆୟୁଷ ଡାକ୍ତର, ଡାକ୍ତରୀ ଛାତ୍ର ଆଦିଙ୍କୁ କୋଭିଡ୍ ମୁକାବିଲା ପାଇଁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ହୋଇଛି।
https://youtu.be/-KEf-qOQQk4