ବିଜେଡିକୁ ଜନବିରୋଧୀର ସଂଜ୍ଞା ପଚାରିଲେ ପ୍ରଦୀପଙ୍କ ପତ୍ନୀ

ଭୁବନେଶ୍ୱର: ଜନବିରୋଧୀର ସଂଜ୍ଞା କଣ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ। ଆମକୁ ବହିଷ୍କାର କଷ୍ଟ ଦେଇନି, ହେଲେ ଜନବିରୋଧୀ ଆକ୍ଷେପ କଷ୍ଟ ଦେଇଛି ବୋଲି କହିଛନ୍ତି ପ୍ରଦୀପଙ୍କ ପତ୍ନୀ। ଜନବିରୋଧୀ କାର୍ଯ୍ୟ କଣ ତାର ତଥ୍ୟ ବିଜେଡି ଦେବା ପାଇଁ ଆମେ ଦାବି କରୁଛୁ ବୋଲି ତାଙ୍କ ପତ୍ନୀ କହିଛନ୍ତି। ଆମେ ଡରିବାର ଲୋକ ନୁହଁ, କାହିଁକି ନା ଆମେ କିଛି ଭୁଲ୍ କରିନୁ ବୋଲି କହିଛନ୍ତି ପ୍ରଦୀପଙ୍କ ପତ୍ନୀ।

ଅନ୍ୟପଟେ ବିଜେଡିରୁ ବହିଷ୍କାର ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ କୌଣସି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରି ନାହିଁ। ଯଦି କରିଛି, ପାର୍ଟି ତା’ର ସ୍ପଷ୍ଟୀକରଣ ଦେଉ।

ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କୃତ ପ୍ରସଙ୍ଗକୁ ନେଇ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି।

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି। ଅଭୟକାନ୍ତ ପାଠକଙ୍କ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ଓଡ଼ିଶା ଇତିହାସରେ ଭିଜିଲାନ୍ସ ରେଡ୍‌ କରି ଏତେ ସମ୍ପତ୍ତି କେବେ ଠାବ କରି ନାହାନ୍ତି। ଅଭୟଙ୍କ ପୁଅ ଆକାଶ ପାଠକ ପୁଣେରେ ଜାଲ୍ କମ୍ପାନୀ କରି ଚାକିରି ନାଁରେ ଲୋକଙ୍କୁ ଠକିଛନ୍ତି। ଭବିଷ୍ୟତରେ ଆକାଶ ପ୍ରଦୀପଙ୍କ ଜ୍ୱାଇଁ ହେବାର ପ୍ରସ୍ତାବ ଥିଲା।

ସେ ଆହୁରି କହିଛନ୍ତି, ‘ଦୁର୍ନୀତି ହେଉ କି ଚାକିରି ନାଁରେ ଠକେଇ ଏସବୁ ଜନ ବିରୋଧୀ କାର୍ଯ୍ୟ।ନିର୍ବାଚନମଣ୍ଡଳୀର ଲୋକେ ବି ତାଙ୍କ ଉପରେ ଅସନ୍ତୁଷ୍ଟ ଥଲେ। ବିଧାୟକଙ୍କ ନାଁରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଥିଲା।’

You might also like