• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଯୁକ୍ତ ୨ ବିଜ୍ଞାନରେ ଜିରୋ ରେଜଲ୍ଟ କରିଥିବା ଉଚ୍ଚ ମାଧ୍ୟମିକ ସ୍କୁଲକୁ ନୋଟିସ ହୋଇଛି। ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ଏନେଇ ନୋଟିସ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। କାହିଁକି ଶୂନ ରେଜଲ୍ଟ ହେଲା, ସେନେଇ ୭ ଦିନ ଭିତରେ ଜବାବ ରଖିବାକୁ ନୋଟି କରି ନିର୍ଦ୍ଦେଶ ଦିଆଯାଇଛି। ଏବର୍ଷ କାହିଁକି ଆଡମିଶନ ଅନୁମତି ରଦ୍ଦ ନହେବ, ସେଥିପାଇଁ କାରଣ ଦର୍ଶାଇବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି। ଏଥିସହ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଦ ନହେବ ସେନେଇ ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି।

ଗତକାଲି ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ୧୫ଟି ଉଚ୍ଚ ମାଧ୍ୟମିକ ସ୍କୁଲ ରେଜଲ୍ଟ ଶୂନ କରିଥିଲେ। ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରିବ ବୋଲି ଗତକାଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ଆଜି ସଂପୃକ୍ତ ସ୍କୁଲର ଅଧ୍ୟକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ତେବେ ଆସନ୍ତା ୨୧ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେପଟେ ବିପିୟୁଟିର ବି.ଟେକ୍ ଓ ଏମ୍.ଏସ୍.ସି ପରୀକ୍ଷା ଫଳ ପ୍ରକାଶ ପାଇଛି। ଯେଉଁଥିରେ ୯୩ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ସମଗ୍ର ରାଜ୍ୟରେ ପ୍ରାୟ ୧୧ ହଜାର ୭ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।   ଫାଇନାଲ ସେମିଷ୍ଟାର୍ ପରୀକ୍ଷା ରବିବାର ଦିନ ଶେଷ ହୋଇଥିଲା। ଭାରତର ପ୍ରଥମ ଟେକ୍ନିକାଲ ୟୁନିଭରସିଟି ଭାବେ ବିପୁୟୁଟି ଏହି ରେଜଲ୍ଟ ପ୍ରକାଶ କରିଛି।

https://youtu.be/tngXIbQZXZA

 

Odisha-govt-serves-notice-to-15-institutes-with-zero-results-in-plus-ii-science
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories