• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ IAS ସ୍ତରରେ ଅଦଳ ବଦଳ କରିଛନ୍ତି। ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଦାୟିତ୍ୱ ମିଳିଥିବା ବେଳେ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଅନୁ ଗର୍ଗଙ୍କୁ ଜଳ ସଂପଦ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ଦାୟିତ୍ୱ ମିଳିଛି।

ଅନୁ ଗର୍ଗଙ୍କୁ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି।

ସେହିପରି MSME ପ୍ରିନ୍ସପାଲ୍‌ ସେକ୍ରଟାରୀ ସତ୍ୟବ୍ରତ ସାହୁଙ୍କୁ ପୂର୍ବ ଦାୟିତ୍ୱ ସହ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ଅତିରିକ୍ତ ଦାୟିତ୍ୱ, ଜଳ ସଂପଦ ବିଭାଗ ପ୍ରିନ୍ସପାଲ୍‌ ସେକ୍ରଟାରୀ ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ଦାୟିତ୍ୱ ସହ କଟକ ଡେଭଲପ୍‌ମେଣ୍ଟ୍ ଅଥରିଟିର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ଦାୟିତ୍ୱ ମିଳିଛି। ବରିଷ୍ଠ IAS ସ୍ତରରେ ଅଦଳ ବଦଳ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Odisha-govt-reshuffle-in-senior-ias-level
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories