ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି; ମାସେ ଯାଏ ପଲ୍ୟୁସନ୍‌ ଚେକିଂ କୋହଳ

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବାପରେ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ଚାରିଆଡ଼େ ଜୋରଦାର ଚେକିଂ ଚାଲିଛି। ତେବେ ଏସବୁ ଭିତରେ ଗାଡ଼ି ଚାଳକଙ୍କ ପାଇଁ ଏକ ଖୁସି ଖବର ଆସିଛି। ମାସେ ଯାଏ ପଲ୍ୟୁସନ୍‌ ଚେକିଂ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ବିଧିବଦ୍ଧ ଭାବେ ପରିବହନ ସଚିବ ଜି. ଶ୍ରୀନିବାସନ ସୂଚନା ଦେଇଛନ୍ତି।  

ଯେଉଁମାନଙ୍କର ପଲ୍ୟୁସନ୍‌ ଚେକିଂ ସାର୍ଟିଫିକେଟ୍‌ ନାହିଁ, ସେମାନେ ଏହାକୁ ମାସକ ମଧ୍ୟରେ ବାହାର କରିବେ। ଏହା ଭିତରେ ଯଦି କୌଣସି କର୍ମଚାରୀ ସେମାନଙ୍କ ନିକଟରୁ ଭୁଲ୍‌ରେ ଜରିମାନା ଆଦାୟ କରନ୍ତି ତେବେ ସମ୍ପୃକ୍ତ କର୍ମଚାରୀ  ଓଲଟା ଜରିମାନା ଦେବେ। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ କର୍ମଚାରୀଙ୍କ ନିକଟରୁ ୨ ଗୁଣା ଜରିମାନା ମଧ୍ୟ ଆଦାୟ କରାଯିବ।

ଖାଲି ଏତିକି ନୁହେଁ ସାଧାରଣଲୋକଙ୍କୁ ଅଯଥାରେ ହଇରାଣ ନ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ପରିବହନ ସଚିବ ପରାମର୍ଶ ଦେଇଛନ୍ତି।

You might also like