ନିଲାମ ହେବ ୧୬ଟି ଖଣି

ମାର୍ଚ୍ଚ ସୁଦ୍ଧା ନିଲାମ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଟାର୍ଗେଟ

ଭୁବନେଶ୍ୱର: ନିଲାମ ହେବ ୧୬ଟି ଖଣି। ଏହି ଖଣିରେ ୧୦ଟି ଲୁହାପଥର ଓ ୬ଟି ଅନ୍ୟ ଖଣି ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ମାର୍ଚ୍ଚ ସୁଦ୍ଧା ନିଲାମ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଇ ନିଲାମ କରାଯିବ ବୋଲି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି।

ଖଣି ଦୁର୍ନୀତିରେ ଜରିମାନା ଦେଇ ନ ଥବା ୬ଟି ଖଣିର ଲିଜ୍ ବାତିଲ୍ ହୋଇଛି। ୩୧ଟି ଖଣି ଜରିମାନା ଦେବାରେ ଖିଲାପ କରିଛନ୍ତି। ୨୫ଟି ଖଣି ମାଲିକ କୋର୍ଟରୁ ରହିତାଦେଶ ଆଣିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

You might also like