ଭୁବନେଶ୍ୱର: ଏଥର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା। ନଭେମ୍ବର ୧୦ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି, ଫୁଟାଇବା ମନା। ବାଣ ଉପରେ କଟକଣା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର।
ତେବେ କଟକଣା ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡ ଦିଆଯିବ। କରୋନା ସମୟରେ ବାଣ ଧୂଆଁ ଘାତକ ଆଶଙ୍କାରେ କଟକଣା କରାଯାଇଛି।
ତେବେ ପ୍ରଥମେ ବାଣ ବିକ୍ରି ନ କରିବାକୁ ଆହ୍ୱାନ ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ ଅମୃତା ବିଜୟ କୁଲାଙ୍ଗେ।
ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳି ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ ଦେଇଛନ୍ତି। ବାଣ ମାର୍କେଟ ନ ଖୋଲିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଥିଲେ।
ତେବେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା ଅନୁଧ୍ୟାନ ହେବ। ଆଲୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ ବୋଲି କହିଥିଲେ।