ବିଧାନସଭାରେ ଉପସ୍ଥାପିତ ହେଲା ୧୧୨୦୦କୋଟିର ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୦-୨୧ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌।  ବିରୋଧୀଙ୍କ ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ। ଅତିରିକ୍ତ ବଜେଟରେ ୧୧ ହଜାର ୨ଶହ କୋଟିର ବ୍ୟୟ ବରାଦ ପ୍ରସ୍ତାବ ରହିଛି। ଏହା ମଧ୍ୟରୁ ପ୍ରଶାସନିକ ବ୍ୟୟ ବାବଦକୁ ୨ ହଜାର ୨ଶହ ୭୩ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭ ହଜାର ୪ଶହ ୩୮ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୧ ହଜାର ୪ଶହ ୮୪ କୋଟି ଟଙ୍କା ଓ ରାଜ୍ୟ ବଜେଟ୍‌ରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦକୁ ୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ  ୧୭୬୮ କୋଟି ୭୭ ଲକ୍ଷ, ପଞ୍ଚାୟତିରାଜ ବିଭାଗ ପାଇଁ ୨ ହଜାର ୪୬ କୋଟି ୧୧ ଲକ୍ଷ ଓ ଅର୍ଥ ବିଭାଗ ପାଇଁ ୨ ହଜାର ୩ ୬୩ କୋଟି ବ୍ୟୟ ବରାଦ କରାଯାଇଛି। କୋଭିଡ୍ ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାରେ ଗଭୀର ପ୍ରଭାବ ପଡ଼ିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର କମି ଯାଇଥିବାରୁ ମୋଟ ରାଜସ୍ୱ ପ୍ରାପ୍ତି ପ୍ରାୟ ୬ ଦଶମିକ ୫ ପ୍ରତିଶତ ହ୍ରାସ ପାଇଛି।

ତେବେ ଏହି ଅବଧି ମଧ୍ୟରେ ରାଜ୍ୟର ନିଜସ୍ୱ ରାଜସ୍ୱ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ବଳକା ରାଜସ୍ୱ ୬ ହଜାର ୭ ଶହ ୯୦ କୋଟି। ତେବେ ସମୁଦାୟ ଋଣଭାର ୯୭ ହଜାର ୮ଶହ ୨୩ କୋଟି ରହିଛି, ଯାହା ସାମଗ୍ରୀକ ରାଜ୍ୟ ଘରୋଇ ଉତ୍ପାଦର ୧୬.୪ ପ୍ରତିଶତ। ଋଣ ଉପରେ ନିର୍ଭରଶୀଳତା କମାଇବା ପାଇଁ ବକେୟା ରାଜସ୍ୱ ଆଦାୟ ଓ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଉଥିବା ଅର୍ଥ ମନ୍ତ୍ରୀ କହିଛନ୍ତି। ବଜେଟ ଉପସ୍ଥାପନ ପରେ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like