ଆଗୁଆ ରେଜିଷ୍ଟ୍ରେସନ୍‌ ନକଲେ ମିଳିବନି ମାଗଣା କରୋନା ଭ୍ୟାକ୍ସିନ୍‌

ଭୁବନେଶ୍ୱର: ମାଗଣା ଟିକାକରଣ ପାଇଁ ୨ କମ୍ପାନୀକୁ ଅର୍ଡର ଦେଲେ ରାଜ୍ୟ ସରକାର। ୩ କୋଟି ୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ୍ ଟିକା ପାଇଁ ଅର୍ଡର ଦେଇଛନ୍ତି। ସେହିପରି ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ ପାଇଁ ମଧ୍ୟ ଅର୍ଡର ଦିଆଯାଇଛି। ଟିକା ଅର୍ଡର ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ୧୮ରୁ ୪୪ ବର୍ଷର ସମସ୍ତଙ୍କୁ ମାଗଣା ଟିକା ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ମାଗଣା ଟିକା ପ୍ରଦାନ ନେଇ ଘୋଷଣା କରିଛନ୍ତି।

ସେପଟେ ଟିକାକରଣ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ନେବା ପାଇଁ ସ୍ପଟ୍ ନୁହେଁ, କୋଓ୍ୱିନ୍ ପ୍ଳାଟ୍‌ଫର୍ମ  କିମ୍ବା ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣ କରିବାକୁ ହେବ। ଏହି ପ୍ରକ୍ରିୟା ୨୮ ତାରିଖରୁ ଆରମ୍ଭ ହେବ।

ସ୍ଲଟ୍ ଅନୁସାରେ ୧ ତାରିଖଠାରୁ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ। ଭିଡ଼ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ଏପରି ନିଷ୍ପତ୍ତି ହୋଇଛି। ସରକାରୀ ହେଉ ବା ଘରୋଇ ଟୀକାକରଣ କେନ୍ଦ୍ର ସବୁଠି ଭିତ୍ତିଭୂମି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like