୭୫% ଷ୍ଟାଫ୍ଙ୍କୁ ନେଇ ଚାଲିବ ଅଫିସ୍; ପ୍ରତି ଶନିବାର ବନ୍ଦ
ଭୁବନେଶ୍ୱର: କରୋନା କଟକଣାକୁ ଆଖି ଆଗରେ ରଖି ଡିସେମ୍ବର ମାସ ପାଇଁ ଅଫିସ୍ ଗାଇଡଲାଇନ ସ୍ଥିର କଲା ଜିଏ ବିଭାଗ। ନୂଆ ଗାଇଡ୍ଲାଇନ୍ ଅନୁସାରେ ସମସ୍ତ ବିଭାଗୀୟ ଅଫିସ ୭୫% କର୍ମଚାରୀଙ୍କୁ ନେଇ ଚାଲିବ।
ଭୁବନେଶ୍ୱର ଓ କଟକରେ ଥିବା ସବୁ ବିଭାଗୀୟ ଓ ଅଧସ୍ତନ ଅଫିସ ୭୫% କର୍ମଚାରୀଙ୍କୁ ନେଇ ଚାଲିବ ବୋଲି ଗାଇଡ୍ଲାଇନ୍ ଜାରି କରାଯାଇଛି। ତା ସହିତ ଜରୁରୀ ସେବା ପ୍ରଦାନକାରୀ ଅଫିସ୍ ପାଇଁ ମଧ୍ୟ ବିଭାଗ ଗାଇଡ୍ଲାଇନ୍ ଜାରି କରିଛି।
ନୂଆ ଗାଇଡ୍ଲାଇନ୍ ଅନୁସାରେ ଜରୁରୀ ସେବା ପ୍ରଦାନକାରୀ ଅଫିସ୍ଗୁଡ଼ିକୁ ସବୁ ଷ୍ଟାଫ୍ ଆସିବେ। ସମସ୍ତ ଷ୍ଟାଫ୍ଙ୍କୁ ନେଇ ଏହି ଅଫିସ୍ଗୁଡ଼ିକ ଚାଲୁରହିବ। SRC, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ଅଫିସ୍ର ସବୁ ଷ୍ଟାଫ୍ ଆସିବାକୁ ଗାଇଡ୍ଲାଇନ୍ରେ କୁହାଯାଇଛି। ତେବେ ରାଜ୍ୟତମାମ ସବୁ ଅଫିସ ପ୍ରତି ଶନିବାର ବନ୍ଦ ରହିବ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି।