ପୂଜା ପାଇଁ ଗାଇଡଲାଇନ୍ସ ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଆଗକୁ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଇଁ ଓଡ଼ିଶା ସରକାର ଗାଇଡଲାଇନ୍ସ ଜାରି କରିଛନ୍ତି। ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରର ହେବାକୁ ଥିବା ପର୍ବପର୍ବାଣୀ ପାଇଁ ଏହି ଗାଇଡଲାଇନ୍ସ ଜାରି ହୋଇଛି।

ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍ସ…

  • ମଣ୍ଡପରେ ପୂଜା ପାଇଁ ଜିଲ୍ଲାପାଳ, କମିଶନରଙ୍କ ଠାରୁ ଅନୁମତି ଜରୁରୀ।
  • ଜିଲ୍ଲାମାନଙ୍କରେ ଜିଲ୍ଲାପାଳ, ଟ୍ୱିନ୍‌ସିଟିରେ ପୋଲିସ୍‌ କମିଶନରଙ୍କ ଅନୁମତି ଜରୁରୀ।
  • କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ।
  • ସାଧାରଣ ଲୋକ ଭାଗନେଇ ପାରିବେନି, ଗହଳି ହୋଇପାରିବନି।
  • ପୂଜା ମଣ୍ଡପ ତିନି ପାର୍ଶ୍ୱରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାର୍ଶ୍ୱ ଆଂଶିକ ବନ୍ଦ ରହିବ।
  • ପୂଜା ମଣ୍ଡପରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ।
  • ମଣ୍ଡପରେ ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ୍ ରହିବ।
  • ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ୭ ଜଣରୁ ଅଧିକ ରହିବେ ନାହିଁ।
  • ମଣ୍ଡପରେ ଉପସ୍ଥିତ ଥିବା ସମସ୍ତ ଲୋକ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
  • ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ।
  • କୌଣସି ସଙ୍ଗୀତ ବା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇ ପାରିବନି।

ଯେଉଁମାନେ ଗାଇଡଲାଇନ୍ସକୁ ଭଙ୍ଗ କରିବେ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ୍‌, ଏପିଡେମିକ ଆକ୍ଟ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

You might also like