ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଭିନ୍ନ ପ୍ରାଣୀ ଉଦ୍ୟାନ ଓ ଡିୟର ପାର୍କ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ପ୍ରିନ୍ସପାଲ ସିସିଏଫ୍ ତଥା ଚିଫ୍ ଓ୍ୱାଇଲଡ ଲାଇଫ୍ ଓ୍ୱାର୍ଡେନ।

ଗାଇଡ୍‌ଲାଇନ୍‌ରେ କଣ ସବୁ ନିୟମ ରହିଛି ଜାଣନ୍ତୁ

  • ପ୍ରାଣୀ ଉଦ୍ୟାନ ଖୋଲିବା ପୂର୍ବରୁ ସମସ୍ତ ଦର୍ଶକ, କର୍ମଚାରୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ।
  • ପ୍ରବେଶ ପଥ, ବାଥରୁମ୍ ଓ ଅନ୍ୟ ସ୍ଥାନରେ ନିରାପଦ ଦୂରତା ରଖାଯିବ।
  • ପ୍ରବେଶ ପଥରେ ରହିବ ଥର୍ମାଲ ସ୍କାନର। ସମସ୍ତ କର୍ମଚାରୀ କୋଭିଡ ଗାଇଡ ଲାଇନ୍ ମାନିବେ। ଇ-ଟିକେଟିଂ ବ୍ୟବସ୍ଥା କରିବା ଭଲ।
  • ବଡ଼ ଚିଡ଼ିଆଖାନା ପାଇଁ ଦିନକୁ ୧୫ ଶହ, ଛୋଟ ଚିଡ଼ିଆଖାନା ପାଇଁ ୭୫୦ ଓ ଡିୟର ପାର୍କ ପାଇଁ ଦିନକୁ ୩ ଶହରୁ ଅଧିକ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ।
  • ବିନା ମାସ୍କରେ କାହାକୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବନି।
  • କୋଭିଡ ଲକ୍ଷଣ ନ ଥିଲେ ମିଳିବ ଅନୁମତି, ଲକ୍ଷଣ ଥିଲେ ପ୍ରବେଶ ମନା
  • ପ୍ରାଣୀ ଉଦ୍ୟାନ ପରିସରରେ ଦର୍ଶକ ନିଜ ନିଜ ଭିତରେ ନିର୍ଦ୍ଦିଷ୍ଟ ଦୂରତ୍ୱ ରଖିବେ
  • ପାନ ଗୁଟ୍‌ଖଆ ସଂପୂର୍ଣ୍ଣ ମନା, ପିକ୍‌ନିକ୍‌ ମଧ୍ୟ ବାରଣ କରାଯାଇଛି।
  • ଏହି ସବୁ ନିୟମ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ପାଇଁ ମଧ୍ୟ ଲାଗୁ ହେବ।
  • ଅକ୍ଟୋବର ୪ ତାରିଖରୁ ଖୋଲିବ ପ୍ରାଣୀ ଉଦ୍ୟାନ ଓ ଡିୟର ପାର୍କ।

 

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

‘ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି ’

ବ୍ରହ୍ମପୁରରୁ ଦୁବାଇକୁ ଲମ୍ବିଛି IPL ବେଟିଂ, ଜବତ ହେଲା ଲକ୍ଷାଧିକ ଟଙ୍କା

You might also like