ଆସିଲା କରୋନା ଗାଇଡଲାଇନ୍: ଦେଶ ବାହାରକୁ ବିମାନ ଯାତ୍ରା ମନା
ଭୁବନେଶ୍ୱର: କରୋନା ନେଇ ଡିସେମ୍ବର ୩୧ ଯାଏ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର।
- କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ ଜାରି କରାଯାଇପାରିବ, ସ୍ଥାନୀୟ ପ୍ରଶାସନ ସତର୍କତାର ସହ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ।
- ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ ଗାଇଡଲାଇନରେ ଗୁରୁତ୍ୱ।
- ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ମନା।
- ସାମାଜିକ, ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା।
- ହଲ୍ରେ ୫୦% କ୍ଷମତାରେ ସର୍ବାଧିକ ଶହେ ଜଣଙ୍କୁ ନେଇ ବାଣିଜ୍ୟିକ ପ୍ରଦର୍ଶନ।
- ତୋଷାଳୀ, ଶିଶିର ସରସ ଆଦି ମେଳା ଏବର୍ଷ କରାଯିବ ନାହିଁ।
- ବାହାଘର ଉତ୍ସବରେ ସର୍ବାଧିକ ୨ଶହ ବ୍ୟକ୍ତିଙ୍କୁ ସର୍ତ୍ତମୂଳକ ଅନୁମତି।
- ଅନ୍ତ୍ୟେଷ୍ଟି କ୍ରୀୟା କାର୍ଯ୍ୟରେ ସର୍ବାଧିକ ୫୦ ଜଣଙ୍କୁ ମିଳିବ ଅନୁମତି।
- ବିବାହ, ଅନ୍ତ୍ୟେଷ୍ଟି କାଯର୍ୟରେ ହଲ୍ର ୫୦% କ୍ଷମତାରେ ମିଳିବ ଅନୁମତି।
- ବିବାହ, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମାସ୍କ, ସାମାଜିକ ଦୂରତ୍ୱ ବଜାୟ ବାଞ୍ଛନୀୟ।
ଆହୁରି ପଢ଼ନ୍ତୁ
ଆହୁରି ପଢ଼ନ୍ତୁ: ରୁଟ୍ ନଂ ୨୯କୁ ଛାଡ଼ି ଆଜିଠୁ ସବୁ ରୁଟ୍ରେ ଗଡ଼ିବ ମୋ ବସ୍
ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ:-
- ନବମରୁ ଦ୍ୱାଦଶ ଶ୍ରେଣୀ ପଯର୍ୟନ୍ତ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ।
- ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବା ନିଷ୍ପତ୍ତି।
- କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ଉଚ୍ଚଶିକ୍ଷା ବିଭାଗ।
- ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେବ ବିଭାଗ।
- ଡିସେମ୍ବର ୩୧ ଯାଏ କି କେଉଁ ଯାଏ ବନ୍ଦ ରହିବ, ବିଭାଗ ନିଷ୍ପତ୍ତି ନେବ।
- ସ୍କୁଲ, କଲେଜ ନଖୋଲୁଥିଲେ ବି ପରୀକ୍ଷା, ଖାତାଦେଖା ଚାଲୁ ରହିବ।
- ଅନଲାଇନ ଓ ଦୂରନିରନ୍ତର ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ଦିଆଯିବ।
- ଡିସେମ୍ବର ୩୧ ଯାଏ ବନ୍ଦ ରହିବ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର।
- ହିତାଧିକାରୀଙ୍କୁ ଘରେ ରାସନ ପହଞ୍ଚାଇବା କାର୍ଯ୍ୟ ଜାରି ରହିବ।
- ଧାର୍ମିକ ଅନୁଷ୍ଠାନକୁ ପ୍ରବେଶ ଅନୁମତି ଦେଇପାରିବେ ସ୍ଥାନୀୟ ପ୍ରଶାସନ।
- ସିନେମା ହଲ୍, ସୁଇମିଂ ପୁଲ୍, ଅଡିଟୋରିୟମ ବନ୍ଦ ରହିବ।