କରୋନା ମୁକାବିଲା ଲାଗି ଗାଇଡଲାଇନ୍ସ ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। କିଛି ଦିନ ଭିତରେ ଲୋକସେବା ଭବନର କେତେକ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରୁ କରୋନା ପଜିଟିଭ୍‌ ବାହାରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।

ଏପରି ପରିସ୍ଥିତିରେ ଯଦି କୌଣସି ସରକାରୀ ଅଫିସରୁ କରୋନା ଆକ୍ରାନ୍ତ ବାହାରନ୍ତି, ତେବେ କ’ଣ ସବୁ ପଦକ୍ଷେପ ଗ୍ରହଣ କରିବାକୁ ହେବ, ତାର ଏକ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ପରାମର୍ଶ କରି ଏହି ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କରାଯାଇଛି। ଏହି ନିୟମ ଲାଗୁ କରିବାର ଦାୟିତ୍ୱ ହେଉଛି ଅଫିସ୍‌ର ମୁଖ୍ୟ ବା କୋଭିଡ୍ compliance ଅଫିସରଙ୍କର।

  • ଯଦି କୌଣସି କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ନ୍ତି, ତାଙ୍କୁ ତୁରନ୍ତ ହୋମ୍ ଆଇସୋଲେସନରେ ରହିବାକୁ କୁହାଯିବ। ନଚେତ୍‌ କୋଭିଡ କେୟାର୍‌ ସେଣ୍ଟରକୁ ପଠାଯିବ। ତାଙ୍କର କଣ୍ଟାକ୍ସ ଟ୍ରେସିଂ କରାଯାଇ ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯିବ। ଗାଇଡ୍‌ଲାଇନ୍ସ ଅନୁସାରେ ଏମାନଙ୍କର ପରିଚାଳନା କରାଯିବ।
  • ସମ୍ପୃକ୍ତ ବ୍ୟକ୍ତି ଯେଉଁ ଅଫିସରେ କାମ କରୁଥିଲେ ଏବଂ ସର୍ବସାଧାରଣ ସ୍ଥାନକୁ ଯାଇଥିଲେ ସେହି ସ୍ଥାନକୁ ବିଶୋଧନ କରାଯିବ।
  • ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଗୋଟିଏ କିମ୍ବା ଦୁଇଟି ପଜିଟିଭ ବାହାରନ୍ତି ତା’ହେଲେ ୪୮ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଆକ୍ରାନ୍ତ ଜଣକ ଯେଉଁ ସ୍ଥାନକୁ ଯାଇଥାନ୍ତି, ସେହି ସ୍ଥାନକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
  • ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଏକାଧିକ ଆକ୍ରାନ୍ତ ବାହାରନ୍ତି, ତା’ହେଲେ ୪୮ ଘଣ୍ଟା ପାଇଁ ପୂରା ଅଫିସ୍‌ ବିଲ୍ଡିଂକୁ ସିଲ୍ କରାଯାଇ ଏହାକୁ ବିଶୋଧନ କରାଯିବ। ଏପରି ପରିସ୍ଥିତିରେ ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯିବ।

ଏହିପରି ୧୨ ସୂତ୍ରୀ ଗାଇଡ୍‌ଲାଇନ୍ସ କରାଯାଇଛି।

ଆହୁରି ପଢ଼ନ୍ତୁ

ଇନ୍‌ଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ରାଜଧାନୀରେ ଚାଞ୍ଚଲ୍ୟ: ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

You might also like