କୋଭିଡ୍-୧୯ ପରିଚାଳନା ପାଇଁ ଅଭିଜ୍ଞଙ୍କ ସହାୟତା ଲୋଡ଼ିଲେ ସରକାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟର ୨ ମେଡିକାଲରେ କୋଭିଡ-୧୯ ୱାର୍ଡ ୧୫ ଦିନ ମଧ୍ୟରେ ନିର୍ମାଣ ହେବାକୁ ଥିବାବେଳେ ଡ୍ରିମ୍ସ କଲେଜରେ ଅସ୍ଥାୟୀ ଭାବେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ହେବ।

ତେବେ କୋଭିଡ୍-୧୯ ପରିଚାଳନାରେ ସହାୟତା ପାଇଁ ରାଜ୍ୟ ସରକାର ଖୋଜୁଛନ୍ତି ପ୍ରଫେସନାଲ। ଏନେଇ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନା ଭୟାବହତାକୁ ଦେଖି ସ୍ୱାସ୍ଥ୍ୟସେବା, ହସ୍ପିଟାଲ ଭିତ୍ତିଭୂମି ଓ ପରିଚାଳନା, ଇଣ୍ଟରନ୍ୟାସନାଲ ଲଜିଷ୍ଟିକ୍ସ ଆଣ୍ଡ୍ ସୋର୍ସିଂ ଅଫ୍ ଇକ୍ୟୁପେମେଣ୍ଟ୍ସ, ଆକ୍ସେସରିଜ୍ ଆଣ୍ଡ ମ୍ୟାଟେରିଆଲ୍ସ ଆଦି କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ଥିବା ପ୍ରଫେସନାଲଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଛି।

ରାଜ୍ୟ ସରକାରଙ୍କ ସହ ସେମାନେ ଅବୈତନିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ବୋଲି ସେଥିରେ ଦର୍ଶାଯାଇଛି। ଇଚ୍ଛୁକ ବ୍ୟକ୍ତିମାନେ ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଲେଖିପାରିବେ ବୋଲି କୁହାଯାଇଛି।

You might also like