• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ନୂଆବର୍ଷରୁ ଟ୍ରାଫିକ୍‌ ନିୟମ ଆହୁରି ହେବ କଡ଼ାକଡ଼ି। ଆସନ୍ତାକାଲିଠାରୁ ବାଇକ୍ ପଛରେ ବସୁଥିବା ଯାତ୍ରୀ ବି ହେଲମେଟ୍ ପିନ୍ଧିବେ। ଉଭୟ ଚାଳକ ଏବଂ ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ। ଆସନ୍ତାକାଲିଠାରୁ କଡାକଡି ହେବ ଚେକିଂ। ହେଲମେଟ୍ ନପିନ୍ଧିଲେ ଗାଡିର ସମସ୍ତ କାଗଜପତ୍ର ଯାଞ୍ଚ ହେବ ବୋଲି ଆଜି ସ୍ପଷ୍ଟ କରିଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ମନ୍ତ୍ରୀ କହିଛନ୍ତି, ବାଇକରେ ଅଧିକ ଦୁର୍ଘଟଣା ଘଟୁଛି। ରୋଡ ସେଫଟି କମିଟି ଚେୟାରମ୍ୟାନ ରାଜ୍ୟକୁ ଦୁର୍ଘଟଣା ପାଇଁ ତାଗିଦ କରିଛନ୍ତି। ତେଣୁ ୨୦୨୧ରେ ଦୁର୍ଘଟଣା କମାଇବା ପାଇଁ ଗୁରୁତ୍ୱ ଦିଆଯିବ।

ସେପଟେ କଟକ ସହରରେ ବି ହେଲମେଟ୍ ଚେକିଂକୁ କଡାକଡି କରିବାପାଇଁ ପ୍ରସ୍ତୁତି କରିଛି କଟକ କମିଶନରେଟ୍ ପୋଲିସ। କଟକର ବିଭିନ୍ନ ପ୍ରମୁଖ ଛକରେ ନୂଆବର୍ଷରୁ ଏହି ଯାଞ୍ଚ କଡାକଡ଼ି ଭାବେ ଆରମ୍ଭ ହୋଇ ବର୍ଷ ତମାମ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି। ଅନ୍ୟପଟେ କଟକ ସହରର ବିଭିନ୍ନ ହେଲମେଟ୍ ଦୋକାନରେ ହେଲମେଟ୍ କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି।

ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ନିୟମକୁ ଲାଗୁ କରିବାକୁ ରାଜ୍ୟ ପୋଲିସ ଏବଂ ପରିବହନ କମିଶନର ତତ୍ପରତା ପ୍ରକାଶ କରିଛନ୍ତି। ପୂର୍ବରୁ ପରିବହନ ବିଭାଗ ସଚିବ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଅମାନିଆ ଚାଳକଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

https://www.youtube.com/watch?v=l6UA50kRp-A&pbjreload=101

ସେପଟେ ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି ଆଉ ୩ ମାସ ବଢାଇଛନ୍ତି ରାଜ୍ୟ ସରକାର। ବୈଧତା ଅବଧିକୁ ୨୦୨୧ ମାର୍ଚ୍ଚ ୩୧ ଯାଏଁ ବଢାଯାଇଛି। ପୂର୍ବରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସମୟ ସୀମା ଥିଲା। କୋଭିଡ୍ କଟକଣା ଯୋଗୁଁ ଆରଟିଓରେ ସୀମିତ ସଂଖ୍ୟକ ଡିଏଲ୍ ଆବେଦନକାରୀଙ୍କ ସ୍ଲଟ୍ ବୁକିଂ ହେଉଛି। ତେଣୁ ଲର୍ଣ୍ଣର୍ସ ଲାଇସେନ୍ସ ଥିବା ଗାଡ଼ିଚାଳକ ଡିଏଲ୍ ଫାଇନାଲ୍ ଟେଷ୍ଟ୍ ପାଇଁ ସ୍ଲଟ୍ ବୁକିଂରେ ଅସୁବିଧା ଭୋଗୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

କିଛି ଦିନ ତଳେ ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀରେ ପରିବର୍ତ୍ତନ କରିଛି। ଏଣିକି ଲର୍ଣ୍ଣର ଲାଇସେନ୍ସ ପାଇଁ ନିୟମ ଅଧିକ କଡ଼ାକଡ଼ି ସହ ବ୍ୟବସ୍ଥାରେ ସରଳୀକରଣ କରାଯାଇଛି। ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବାକୁ ରାଜ୍ୟର ସମସ୍ତ ୩୮ ଆରଟିଓରେ ଥିବା ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲାଗିବ। ଏଇ ମାସ ସୁଦ୍ଧା ଏ ପ୍ରକ୍ରିୟା ସରିବ। କ୍ୟାମେରାରେ ଉତ୍ତୋଳିତ ଭିଡିଓ ଫୁଟେଜକୁ କଟକ ସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ STA ପରିଚାଳନା କରିବେ। ସେହିଭଳି ପରୀକ୍ଷାର ମାନ ବୃଦ୍ଧି ଲାଗି ପୂର୍ବରୁ ଥିବା ୧୦ ପ୍ରଶ୍ନ ବଦଳରେ ଏଣିକି ୨୦ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ସେହିଭଳି କମ୍ପୁଟରର ମାଉସ ବଦଳରେ ଟଚ୍ ସ୍କ୍ରିନ୍ ସୁବିଧା ରହିବ। ଲର୍ଣ୍ଣର ଲାଇସେନ୍ସ ସେଣ୍ଟରରେ ପ୍ରାର୍ଥୀଙ୍କ ସୁବିଧା ଓ ପ୍ରସ୍ତୁତି ପାଇଁ ମକ୍ ଟେଷ୍ଟର ସୁବିଧା ଯୋଗାଇ ଦିଆଯିବ ବୋଲି ଆଜି ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି।

 

Odisha-govt-is-all-set-to-strictly-enforce-penalties-who-caught-violating-the-traffic-regulation-from-new-year
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories