୬ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ, ଲାଗୁ ହେଲା ନୂଆ ଜେଲ୍ ମାନୁଆଲ୍

ଭୁବନେଶ୍ୱର: ରାଜ୍ୟରେ ନୂଆ ଜେଲ୍ ମାନୁଆଲ୍ ଲାଗୁ ହୋଇଛି। ଏଣିକି ପ୍ରତି ୬ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ ମୁତୟନ ହେବେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ଅନୁମୋଦନ ଦେଇଛନ୍ତି।

ଗତ ସେପ୍ଟେମ୍ୱର ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହୋଇଛି ନୂଆ ମାନୁଆଲ୍। ଏହି ମାନୁଆଲ୍‌ରେ କଏଦୀଙ୍କ ସୁରକ୍ଷା ସହ ମାନବାଧିକାର ଉପରେ ଗୁରୁତ୍ୱ ଦିଆଯାଇଛି। ସର୍କଲ ଜେଲ୍‌ରେ ୧ ହଜାର ଏବଂ ଜିଲ୍ଲା ଜେଲ୍‌ଗୁଡ଼ିକରେ ୫ଶହ କଏଦୀ ରହିବା ପାଇଁ ବ୍ୟବସ୍ଥା ରହିଛି।

ସେହିପରି ଯଦି ସବ୍ ଜେଲ ହୋଇଥାଏ, ତେବେ ସେଠାରେ ୩ଶହ କଏଦୀଙ୍କ ରହିବା ନେଇ ମାନୁଆଲ୍‌ରେ ବ୍ୟବସ୍ଥା ରହିଛି। ଦୋଷୀ କଏଦୀଙ୍କୁ ଏକ ମାସ ମଧ୍ୟରେ କେବଳ ୨ ଥର ସେମାନଙ୍କ ପରିବାର କିମ୍ବା ସମ୍ପର୍କୀୟ ସାକ୍ଷାତକାର ପାଇଁ ଅନୁମତି ରହିଛି।

ତେବେ ସରକାରଙ୍କ ଅନୁମୋଦନ ପରେ ଏହି ନିୟମ ଲାଗୁ କରାଯାଇଛି। ଏହା ପୂର୍ବରୁ ୧୯୪୨ର ଜେଲ୍ ମାନୁଆଲ୍‌କୁ ଅନୁସରଣ କରାଯାଉଥିଲା।

ଆହୁରି ପଢ଼ନ୍ତୁ

You might also like