• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ବିଭିନ୍ନ ସରକାରୀ ଅଫିସ୍‌ରେ ଅଧିକାରୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ବଢ଼ିଲା ଚିନ୍ତା। ଗଂଜାମରୁ କଟକ, ଭୁବନେଶ୍ୱରରୁ ଯାଜପୁର, ଥାନାରୁ ତହସିଲ୍, ସରକାରୀ ଅଫିସ୍‌ରେ ବଢୁଥିବା ସଂକ୍ରମଣକୁ ଦେଖି ସରକାର ଗାଇଡାଲାଇନ ଜାରି କରିଛନ୍ତି। ଚଳିତ ମାସରେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ କେବଳ ୫୦ ପ୍ରତିଶତ ଷ୍ଟାଫ୍‌ଙ୍କୁ ନେଇ ଅଫିସ୍ କାର୍ଯ୍ୟ କରିବାକୁ ବିଭିନ୍ନ ବିଭାଗକୁ କୁହାଯାଇଛି। ସେପଟେ କୋଭିଡ୍ କଟକଣା ପାଳନ ହେଉଛି ନା ନାହିଁ, ପ୍ରତିଦିନ ଯାଂଚ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।

କରୋନା ସଂକ୍ରମଣ ଯୋଗୁ ଭୁବନେଶ୍ୱର ବିଡିଏ ଅଫିସ୍ ବନ୍ଦ, ଯାଜପୁର ସଦର ତହସିଲ୍ ଅଫିସ୍‌ରେ କଟକଣା ଦେଖିବାକୁ ମିଳିଛି। ଅନେକ ସରକାରୀ ଅଫିସ୍‌ରେ କର୍ମଚାରୀମାନେ ପଜିଟିଭ୍ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ-ବିଡିଏ ଅଫିସ୍‌ରେ ଦୁଇ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବାପରେ ୪୮ ଘଣ୍ଟା ପାଇଁ ଅଫିସ୍‌କୁ ବନ୍ଦ କରାଯାଇଛି।

ସେହିପରି ଯାଜପୁର ସଦର ତହସିଲାଦର ପଜିଟିଭ୍ ଚିହ୍ନଟ ପରେ ତହସିଲ୍ ଅଫିସ୍‌ରେ ଲାଗିଛି କଟକଣା। ଏଠାକୁ ସାଧାରଣ ଲୋକଙ୍କୁ ଯିବା ପାଇଁ ବାରଣ କରାଯାଇଛି। କେବଳ ଏହି ଅଫିସ୍ ନୁହେଁ, ଜିଲ୍ଲାର ଅଧିକାଂଶ ଅଫିସ୍‌କୁ ୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ମନା କରାଯାଇଛି।

ଖାଲି ଭୁବନେଶ୍ୱର କି ଯାଜପୁର ନୁହେଁ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦିନକୁ ଦିନ ଅଧିକରୁ ଅଧିକ ସରକାରୀ ଅଫିସର୍ କରୋନାରେ ଆକ୍ରାନ୍ତ ହେଉଛନ୍ତି। କେଉଁଠି ତହସିଲଦାର ତ କେଉଠି ବିଡିଓ ପୁଣି କେଉଁଠି ଥାନା ଅଧିକାରୀ। ଏହାକୁ ଆଖି ଆଗରେ ରଖି ସରକାର ଗାଇଡଲାଇନ ଜାରି କରିଛନ୍ତି। ଲୋକସେବା ଭବନରୁ ଆରମ୍ଭ କରି ଜିଲ୍ଲାସ୍ତରରେ ଥିବା ସରକାରୀ ଅଫିସ୍ ସବୁ ଏଣିକି ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। ଅନ୍ୟ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ରହିଛି ସେହିପରି ଅଫିସ୍‌ରେ ସାମାଜିକ ଦୂରତ୍ୱ ରଖିବା, ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା ଭଳି କୋଭିଡ୍ ନିୟମ ମାନିବାକୁ କୁହାଯାଇଛି।

ଏସବୁ ଠିକ୍‌ରେ ଲାଗୁ ହେଉଛି କି ନାହିଁ, ସେଥିପାଇଁ ପ୍ରତି ଅଫିସ୍‌ରେ ନିଯୁକ୍ତ ହେବେ ଜଣେ ଜଣେ କୋଭିଡ୍ କଂପ୍ଳାଏନ୍ସ ଅଫିସର୍। ସେ ପ୍ରତିଦିନ ଯାଞ୍ଚ କରି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସପ୍ତାହିକ ରିପୋର୍ଟ ଦେବେ।

ତେଣେ ଗାଇଡ୍‌ଲାଇନ୍ ଜାରି ହେବାପରେ ଆଜି ବାଲେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସ୍‌ରେ କର୍ମଚାରୀମାନେ ସାନିଟାଇଜର୍ ବ୍ୟବହାର କରୁଛନ୍ତି। ହେଲେ ଏଠାରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ନାହିଁ। ସେହିଭଳି କରୋନା ହଟ୍‌ସ୍ପଟ୍ ପାଲଟିଥିବା ଗଞ୍ଜାମର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଅଧା କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିଛି। ସାଧରାଣ ଲୋକଙ୍କୁ ୧୦ ତାରିଖ ଯାଏଁ ଅଫିସ୍ ବାରଣ କରାଯାଇଛି। ଯେଉଁମାନେ ଆସୁଛନ୍ତି ଗେଟ୍ ପାଖରେ ରଖାଯାଇଥିବା ଅଭିଯୋଗ ବକ୍ସରେ ଅଭିଯୋଗ ପତ୍ର ରଖି ଯାଉଛନ୍ତି।

Odisha-govt-instructed-to-all-departments-to-work-with-50-percent-employees
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories