ଏଣିକି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରୋଇ ମେଡିକାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରୋଇ ମେଡିକାଲରେ ମିଳିବ ମାଗଣା ଚିକିତ୍ସା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ପରେ ସ୍ଥାନାନ୍ତର କରାଯାଇପାରିବ। ପ୍ରଥମ ଦଫାରେ ଭୁବନେଶ୍ୱର ଓ କଟକର ୩ ଘରୋଇ ହସ୍ପିଟାଲ ସାମିଲ କରାଯାଇଛି। ଆପୋଲୋ, ଆମ୍ରି ଏବଂ ଅଶ୍ୱିନୀ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା। ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଅର୍ଥ ଦେବେ ସରକାର।

ମାଗଣା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ୪ କୋଟି ଦେଇଛି ପରିବହନ ବିଭାଗ। ପରେ ସମ୍ବଲପୁର, ରାଉରକେଲା ଓ ଜୟପୁରରେ ମିଳିବ ମାଗଣା ଚିକିତ୍ସା ସୁବିଧା। ଏନେଇ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସୂଚନା ଦେଇଛନ୍ତି।

You might also like