ସ୍କୁଲ୍ ଆଡମିଶନ୍ ତାରିଖ ବଢ଼ାଇଲେ ଓଡ଼ିଶା ସରକାର
ଭୁବନେଶ୍ୱର: ବଢ଼ିଲା ସ୍କୁଲ ଆଡମିଶନ୍ ତାରିଖ। ମହାମାରୀ କରୋନା ପାଇଁ ସ୍କୁଲ୍ରେ ଆଡମିଶନ ତାରିଖ ସମୟ ସୀମାକୁ ଓଡ଼ିଶା ସରକାର ବୃଦ୍ଧି କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ସୂଚନା ମିଳିଛି।
ଆଡମିଶନ୍ ତାରିଖ ଅଗଷ୍ଟ ୧୪ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଜୁନ୍ ୮ ରୁ ଆଡ଼ମିଶନ ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖି ଆଡ଼ମିଶନ୍ରୁ ଯେପରି ଛାତ୍ରଛାତ୍ରୀମାନେ ବାଦ୍ ନ ପଡ଼ନ୍ତି ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଆଡମିଶନ୍ ଅବଧିକୁ ଅଗଷ୍ଟ ୧୪ ଯାଏ ବୃଦ୍ଧି କରାଯାଇଛି।