ଭଦ୍ରକରେ ନିର୍ମାଣ ହେବ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମାରକୀ

ଭଦ୍ରକ: ଭଦ୍ରକରେ ନିର୍ମାଣ ହେବ ବନ୍ଦେ ଉତ୍କଳ ଜନନୀର ରଚୟତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମାରକୀ। ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ସ୍ମାରଣକୀ ନିର୍ମାଣ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୯ ତାରିଖ ପୂର୍ବରୁ ସ୍ମାରକି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ତେବେ କବେଳ ପ୍ରତିମୂର୍ତ୍ତି ସ୍ଥାପନ ହେବନି, ତା ସହିତ ନାଟ୍ୟମଣ୍ଡପ, ପାଠାଗାର ଓ ପାର୍କ ରହିବ ବୋଲି ନିଷ୍ପତ୍ତି ହୋଇଛି।

ଜୁନ ୭ ତାରିଖ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିବା ପରେ କାନ୍ତ କବି ଜନ୍ମଲାଭ କରିଥିବା ଭଦ୍ରକ ଜିଲ୍ଲାର ବାସିନ୍ଦା ନିଜକୁ ଗୌରବାନ୍ୱିତ ମନେ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିସହିତ ସହରର ବାଇପାସ ଛକରେ କାନ୍ତକବିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଲାଗି ମଧ୍ୟ ସେମାନେ ଦାବିପତ୍ର ମଧ୍ୟ ଦେଇଥିଲେ।

You might also like