ଲୋକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ କାହିଁକି ଡରୁଛନ୍ତି ରାଜ୍ୟ ସରକାର?

ଭୁବନେଶ୍ୱର: କୋଭିଡ୍ ରୋଗୀଙ୍କ ପାଇଁ ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର? ନିକଟରେ ବିବାଦୀୟ ହୋଇଥିବା ଭାଇରାଲ ଅଡିଓ ଓ ସୋସିଆଲ୍ ମିଡିଆରେ ବୁଲୁଥିବା ଏପରି ମାଳ ମାଳ ଭିଡିଓ ଓ ଅଡିଓ କ୍ଳିପ୍‌ରେ ଏପରି ପ୍ରଶ୍ନ ଉଠୁଛି। କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଏମ୍ଓୟୁ କରିଥିବା ଘରୋଇ ହସପିଟାଲମାନଙ୍କୁ କେତେ ଟଙ୍କା ପ୍ରଦାନ କରିଛନ୍ତି? ଏସବୁ ଖର୍ଚ୍ଚ ସଂପର୍କରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛନ୍ତି ବିରୋଧୀ।

ଲକ୍ଷ୍ମୀକାନ୍ତ-ବିଶ୍ୱଜିତଙ୍କ ଭାଇରାଲ୍ ଅଡିଓକୁ ନେଇ ହଲ୍‌ଚଲ୍। କେବଳ ଏହି ଅଡିଓ ନୁହେଁ, ସୋସିଆଲ୍ ମିଡିଆରେ ଏମିତି ହଜାର ହଜାର ଅଡିଓ ଓ ଭିଡିଓ କ୍ଳିପ୍ ଘୁରିବୁଲୁଛି, ଯେଉଁଥିରେ କୋଭିଡ୍ ପରିଚାଳନାରେ ଅବ୍ୟବସ୍ଥା ନେଇ ଉଠାଯାଉଛି ପ୍ରଶ୍ନ। କୋଭିଡ୍ ଆକ୍ରାନ୍ତଙ୍କ ପିଛା ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହେଉଛି? ଏଥିରେ କେନ୍ଦ୍ରର ଭାଗ କେତେ ଆଉ ରାଜ୍ୟରେ କେତେ? ରୋଗୀ ପିଛା ଘରୋଇ ହସ୍ପିଟାଲ୍ କେତେ ଟଙ୍କା ପାଉଛନ୍ତି? ଚିକିତ୍ସା ବାବଦରେ କେତେ, ମେଡିସିନ୍ ବାବଦରେ କେତେ ଖର୍ଚ୍ଚ ହେଉଛି? ଏମିତି ପୁଳାପୁଳା ପ୍ରଶ୍ନ ଉଠାଇ, ସରକାରଙ୍କଠାରୁ ଜବାବ ମାଗୁଛନ୍ତି ଖୋଦ୍ କୋଭିଡ୍ ଆକ୍ରାନ୍ତ।

ବିଏମ୍ସି କମିଶନର ଭୁବନେଶ୍ୱର ଡିସିପିଙ୍କୁ ଗତ ୭ ତାରିଖରେ ଦେଇଥିବା ଏହି ଅଭିଯୋଗରେ ଲେଖିଛନ୍ତି, ଲକ୍ଷ୍ମୀକାନ୍ତ ଓ ତାଙ୍କ ବନ୍ଧୁ ବିଶ୍ୱଜିତ୍‌ଙ୍କୁ ଭାଇରାଲ୍ ଅଡିଓରେ ଜଣେ ରୋଗୀ ପିଛା କେନ୍ଦ୍ର ସରକାର ଦେଢ଼ ଲକ୍ଷରୁ ଅଢ଼େଇ ୨ଲକ୍ଷ ଟଙ୍କା ଦେଉଥିବା ତଥା ବିଏମ୍ସି ଓ ବିଭିନ୍ନ ଘରୋଇ ହସ୍ପିଟାଲ୍ ଦ୍ୱାରା ଏହି ଟଙ୍କା ହେରଫେର୍ କରାଯାଉଥିବା କହିଛନ୍ତି। ଖାଲି ସେତିକି ନୁହେଁ,  ପ୍ରତିଦିନ ୧୦୦ ଜଣ ରୋଗୀଙ୍କୁ ପ୍ରାଇଭେଟ୍ ହସପିଟାଲ୍‌କୁ ପଠାଇବାକୁ ବିଏମ୍ସିକୁ ଟାର୍ଗେଟ୍ ଦିଆଯାଇଛି। ଏହି ଟାର୍ଗେଟ୍ ପୂରଣ ପାଇଁ ପଜିଟିଭ୍ ଚିହ୍ନଟ ହୋଇନଥିଲେ ବି ହସ୍ପିଟାଲ୍‌କୁ ପଠାଯାଉଥିବା ଅଡିଓ କ୍ଲିପ୍‌ରେ ବାର୍ତ୍ତାଳାପ ରହିଛି। ଆଉ ଏହାକୁ ମିଛ ବୋଲି କହିଛି ବିଏମ୍ସି। ତେବେ ବାସ୍ତବରେ ରୋଗୀ ପିଛା କେତେ ଖର୍ଚ୍ଚ ହେଉଛି ତା ଉପରେ କୌଣସି ତଥ୍ୟ ନଦେଇ, ଓଲଟା ଉଠାଯାଇଥିବା ପ୍ରସଙ୍ଗକୁ ମିଥ୍ୟା ଓ ମନ୍ଦ ଉଦ୍ଦେଶ୍ୟ ରଖି କରାଯାଉଥିବା ଅଭିଯୋଗରେ ଦୁହିଁଙ୍କୁ ଗିରଫ କରାଯାଇଛି।

ସେପଟେ ମାସ୍କ ଓ କିଟ୍ କିଣାରେ କେତେ ଟଙ୍କାର କିକ୍ ବ୍ୟାକ୍ ହୋଇଛି? କୋଭିଡ୍ ମହାମାରୀ ସମୟରେ କାହାକୁ ମିଳିଛି ସରକାରୀ  ଅନୁକମ୍ପା? ବିଭିନ୍ନ ସ୍ଥାନରେ ପ୍ରସ୍ତୁତ ହୋଇଥିବା କୋଭିଡ୍ ହସପିଟାଲ୍ ପାଇଁ କେତେ ଟଙ୍କା ଲାଗିଛି? ଏଭଳି ପ୍ରଶ୍ନ ପଚାରିବା ସହିତ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ।

କୋଭିଡ୍ ପରିଚାଳନା ଖର୍ଚ୍ଚ ଉପରେ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି କରିଛି କଂଗ୍ରେସ୍। ବିଜେପି ବି ଏ ନେଇ ପ୍ରଶ୍ନ ଉଠାଇଛି। ଯାହାକୁ ବିଜେଡି ଫାଙ୍କି ଚାଲିଛି।

ଆଇସିୟୁ ଓ ଭେଣ୍ଟିଲେଟର୍‌ରେ ବ୍ୟବସ୍ଥା ସହିତ କୋଟି କୋଟି ଟଙ୍କାରେ ପ୍ରସ୍ତୁତ ହେଉଛି କୋଭିଡ୍ ହସ୍ପିଟାଲ୍। ଏହା ଭିତରେ କିନ୍ତୁ କରୋନା ମୃତ୍ୟୁ ସଂଖ୍ୟା ୩୦୦ ମୁହାଁଇଲାଣି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଥିମଧ୍ୟରୁ କୋଭିଡ୍ ହସ୍ପିଟାଲ୍‌ରେ କେତେ ଜଣ ପ୍ରାଣ ହରାଇଲେଣି ତାର ବି ଏଯାଏଁ ହିସାବ ଦେଉନାହାନ୍ତି ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like